ଦୁର୍ଘଟଣାରେ ପୁଲିସ କନେଷ୍ଟବଳ ମୃତ
ଦେବଗଡ଼: ଦେବଗଡ ଥାନା ଚଟିବରଘାଟ ଛକ ନିକଟ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି । ମୃତକ ଦେବଗଡ ସହର ଖଡିଆ ସାହିର ଦୀପକ କୁମାର ଖଡିଆ (୨୯) ବୋଲି ଜଣାପଡିଛି । ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ଦୀପକ କନେଷ୍ଟବଳ ଭାବେ କାମ କରୁଥିଲେ । କୌଣସି କାମରେ ଦୀପକ ଘରକୁ ଆସିଥିବା ବେଳେ ନିଜ ବାଇକ ଯୋଗେ ଆଜି ସନ୍ଧ୍ୟାରେ ହୀରାକୁଦ ଫେରୁଥିଲେ । ମାତ୍ର ଚଟିବରଘାଟ ଛକ ନିକଟରେ ଦୀପକ ଏକ ଗାଡିକୁ ଓଭରଟେକ କରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଦୀପକ ରାସ୍ତାରେ ଛିଟିକି ପଡିଥିବା ବେଳେ ତାଙ୍କ ମୁଣ୍ଡ ପଛପଟେ ଗଭିର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଉକ୍ତ ରାସ୍ତାରେ ଯାଉଥିବା ସ୍ଥାନୀୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦେବଗଡ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟ ପଠାଇଛି ।