ଗୋ-ମାଂସ ଚାଲାଣ ବେଳେ ଅଭିଯୁକ୍ତ ଗିରଫ


ାା ପ୍ରଭାନୁ୍ୟଜ୍ ।ା କୁଳିଅଣା/ସାରସକଣା : କୁଳିଅଣା ବ୍ଲକ ଅନ୍ତର୍ଗତ ଅଦ୍ଧାରକୁଲି ଗ୍ରାମର ହାଡ଼ିବନ୍ଧୁ ଟୁଡୁଙ୍କ ପୁତ୍ର ଜୟରାମ ଟୁଡୁ (୪୫)ନିଜ ମଟର ସାଇକେଲ ଗୋମାଂସ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରା ପଡିଛି । ବ୍ୟକ୍ତି ଜଣଙ୍କ ନିଜ ମୋଟରସାଇକେଲରେ ମାଂସ ବଝେଇ କରି ବିକ୍ରି କରିବାକୁ ଆସିଥିଲେ  । ନୋଧନା ନିକଟରେ ଗ୍ରାମବାସୀଙ୍କ ସନେ୍ଦହ ହେବାରୁ ତାଙ୍କୁ ଅଟକାଇ ଥିଲେ  । ପଚାରିବାରୁ ସେ ସବୁ ସତକଥା ମାନିଯାଇ ଥିଲେ  । ଗ୍ରାମବାସୀ ଧରିବା ପରେ ବ୍ୟକ୍ତିଜଣଙ୍କୁ ଚାନ୍ଦୁଆ ପୁଲିସରେ ଜିମା ଦେଇଛନ୍ତି  । ଅଧିକ ତଦନ୍ତ ପାଇଁ ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ୧୨୦/୨୪ ରେ ମାମଲା ରୁଜୁ କରି ସହିତ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।