ବିରୂପା ନଦୀରେ କୁମ୍ଭୀର, ଲୋକେ ଆତଙ୍କିତ 

 ବରୀ : ଗତ ବର୍ଷ ବର୍ଷା ଋତୁରେ ବରୀ ବ୍ଲକ ବିରୂପା ନଦୀ ଗାଧେଇବା ସମୟରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଥିଲା । ଉକ୍ତ ଘଟଣା ମନରୁ ଯାଇନଥିବା ବେଳେ ପୁଣି ଆଜି ସକାଳେ ବିରୂପା ନଦୀ ବନ୍ୟା ପାଣିରେ ଏକ ବଡ କୁମ୍ଭୀରକୁ ନଦୀ ଭିତରେ ଚଳ ପ୍ରଚଳ କରୁଥିବା ଦେଖି ନଦୀ କୂଳିଆ ଲୋକକ ଭୟଭୀତ ହେଇ ଥିଲେ । ଏହାର ପ୍ରତିକାର ଲାଗି ବନ ବିଭାଗ ତୁରନ୍ତ ନଦୀ କୂଳିଆ ଲୋକଙ୍କୁ ସତର୍କ କରିବାକୁ ସ୍ଥାନୀୟ ଅଞ୍ଚଳ ପକ୍ଷରୁ ଦାବି ହେଉଛି ।