ଗଳିପୋଲ ଓ ଓଭରବ୍ରିଜ ସ୍ଥାନ ପରିଦର୍ଶନ କଲେ ଆକାଶ
ବ୍ୟାସନଗର : କୋରେଇ ବିଧାୟକ ଆକାଶ ଦାସନାୟକ ଆଜି ଯାଜପୁର ରୋଡ଼ ଠାରେ ଆରମ୍ଭ ହୋଇଥିବା ଗଳିପୋଲ ସ୍ଥାନ ଏବଂ ସାଇମନ୍ଦିର ନିକଟରେ ନିର୍ମାଣ ହେବାକୁ ଥିବା ଓଭରବ୍ରିଜ ସ୍ଥାନ ପରିଦର୍ଶନ କରିଥିଲେ । ବିଧାୟକ ଗଳିପୋଲ ନିର୍ମାଣ ସ୍ଥଳରେ ଉପସ୍ଥିତ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗଳି ପୋଲ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ରେଳ ବାଇ ଅଧିକାରୀ ଗଳିପୋଲ କାର୍ଯ୍ୟ ଦୁଇମାସ ମଧ୍ୟରେ ସଂପୂର୍ଣ୍ଣ ଶେଷ ହୋଇଯିବ ଏବଂ ଚଳାଚଳ ଉପଯୁକ୍ତ ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।