ପୈାର କାର୍ଯ୍ୟାଳୟ ଅଳିଆଗଦାରେ ଜାତୀୟ ପତାକା

ବ୍ୟାସନଗର : ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସ’ତ । ଏକଥା ଆମେ କହୁନୁ, ଯାହା ହସ୍ତଗତ ହୋଇଥିବା ଫଟୋ କହୁଛି । ବ୍ୟାସନଗର ପୈାର କାର୍ଯ୍ୟାଳୟ ଅଳିଆଗଦାରେ ଗଦା ହୋଇଛି ଆମ ଦେଶର ଗର୍ବ ଓ ଗୈାରବ ଜାତୀୟ ପତାକା । ଯାହାକୁ ପ୍ରତ୍ୟେକ ଭାରତୀୟ ସମ୍ମାନ ଜଣାଇଥାନ୍ତି । କିନ୍ତୁ ବ୍ୟାସନଗର ପୈାର କାର୍ଯ୍ୟାଳୟରେ ତ୍ରିରଙ୍ଗାକୁ ଗୋଟେଇ ଗାଟେଇ ଅଳିଆଗଦାରେ ଫିଙ୍ଗିଦିଆଯାଇଛି । ହଁ ଏହା ନଜରକୁ ଆସିବା ଏବଂ ପୈାରାଧ୍ୟକ୍ଷାଙ୍କ କାନକୁ କଥାଟି ଯିବା ପରେ କର୍ମଚାରୀ ଅଳିଆଗଦାରୁ ପତାକାକୁ ଆଣି ଆଲମିରାରେ ରଖିଥିଲେ ସ’ତ କିନ୍ତୁ ତ୍ରିରଙ୍ଗାକୁ ଯେଭଳି ଭାବେ ରଖାଯାଇଥିଲା, ତାହା କେବେ ହେଲେ ଗ୍ରହଣୀୟ ହୋଇନପାରେ । ପୈାରକାର୍ଯ୍ୟାଳୟର ତାଜା ଉପରେ ବିଭିନ୍ନ ଅଦରକାରୀ ସାମଗ୍ରୀ ପଡ଼ିରହିଥିବା ବେଳେ ଏକାଧିକ ପତାକାକୁ ଗୋଟିଏ ବଡ଼ ପତାକାରେ ବାନ୍ଧି ବୁଜୁଳା କରି ପକାଇ ଦିଆଯାଇଥିଲା । ଏଭଳି ଚିତ୍ର ନଜରକୁ ଆସିବା ପରେ ଗଣମାଧ୍ୟମ ପ୍ରତିନିଧି କର୍ମଚାରୀଙ୍କ ଦୃଷ୍ଟିକୁ ଆଣିଥିଲେ । କିନ୍ତୁ କଥାଟି ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ କାନକୁ ଯିବା ପରେ ସେ କର୍ମଚାରୀଙ୍କୁ ତୁରନ୍ତ ପତାକାକୁ ସସମ୍ମ୍ାରେ ବାହାର କରି ଆଲମିରାରେ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଜାତୀୟ ପତାକାକୁ ପୈାର କାର୍ଯ୍ୟାଳୟରେ ଏଭଳି ସମ୍ମାନ ମିଳୁଥିବାର ଖବରକୁ ସାଧାରଣରେ ନାପସନ୍ଦ କରାଯାଇଛି ।