ହିନ୍ଦୀ ଭାଷା ଭାରତୀୟଙ୍କ ରାଜଭାଷା

 ଭୁବନେଶ୍ୱର :  ସାରା ଭାରତରେ ହିନ୍ଦୀ ଭାଷାର ବ୍ୟାପକ ଗ୍ରହଣୀୟତା ରହିଛି । ହିନ୍ଦୀ ହିଁ ସାଧାରଣ ମନୁଷ୍ୟମାନଙ୍କର ଯୋଗାଯୋଗର ଭାଷା । ଭାରତୀୟ ସମ୍ବିଧାନ ବ୍ୟବସ୍ଥାରେ ରାଜଭାଷା । ସ୍ୱାଧୀନତା ପରେ ବାରମ୍ବାର ସଂଶୋଧିତ ହୋଇଥିଲେ ମଧ୍ୟ ସାରା ଭାରତରେ ହିନ୍ଦୀ ଭାଷାର ବ୍ୟାପକ ଗ୍ରହଣୀୟତା ରହିଛି, ଏବେ ପ୍ରମୁଖ ଯୋଗାଯୋଗର ଭାଷା । ବିଭିନ୍ନ ରାଜ୍ୟରେ ବିଶେଷ କରି ତାମିଲନାଡୁରେ ଯେଉଁ ବିରୋଧ ଉଠୁଛି ତାହା ପ୍ରକୃତରେ ସ୍ୱାଭାବିକ ନୁହେଁ, ନିଜର ରାଜନୌତିକ ସ୍ୱାର୍ଥପାଇଁ ଭାଷାକୁ ନେଇ ଏକ କୃତ୍ରିମ ଆବେଗର ଏହା ପ୍ରତିଫଳନ ଯାହା ଆଦୌ ସ୍ପୃହଣୀୟ ନୁହଁ । ପ୍ରକୃତରେ ହିନ୍ଦୀ ଆମ ସମୟର ଭାଷା କ୍ଷେତ୍ରରେ ସବୁଠୁ ବଡ଼ ଭାଷା ଯାହା ଆଚଂଳିକତା ଉଦ୍ଧ୍ୱର୍ରେ ଭାରତୀୟତାର ପ୍ରତିନିଧିତ୍ୱ କରୁଛି ବୋଲି ବିଶ୍ୱମୁକ୍ତି ଦ୍ୱାରା ଆୟୋଜିତ ଓ ପ୍ରକାଶିତ, ନାଲକୋର ନିର୍ଦେଶକ ବାଣିଜ୍ୟ ସଦାଶିବ ସାମନ୍ତରାୟଙ୍କ “କୁଛ ପନ୍ନେ ଜିନେ୍ଦଗୀ ସେ” ହିନ୍ଦୀ ଗଳ୍ପସଂକଳନ ଉନ୍ମୋଚନରେ ସଂସଦୀୟ ରାଜଭାଷା ସମିତିର ଉପାଧ୍ୟକ୍ଷ ମାନ୍ୟବର ସାଂସଦ ଭର୍ତୃହରି ମହତାବ ଏହା ପ୍ରକାଶ କରିଛନ୍ତି । ଆମ ରାଜ୍ୟର ସରକାରୀ ଭାଷା ବା ଓଡ଼ିଆ ଭାଷାର ବ୍ୟବହାର ହେଉଛି କି ନାହିଁ ତାର ତଦାରଖ ପାଇଁ ବିଧାନସଭାରେ ଏକ କମିଟି ଗଠନ କରିବାକୁ ପ୍ରସ୍ଥାବ ଦେଇଛନ୍ତି । ବିଶ୍ୱମୁକ୍ତି ସମ୍ପାଦକ ପ୍ରଫେସର ଶଶାଙ୍କ ଚୁଡାମଣୀ ଅଧକ୍ଷତାରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥି ଭାବରେ ଶିଳ୍ପବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ବ୍ୟକ୍ତିର ପାରିପାର୍ଷିକ ନିରିକ୍ଷଣ ଓ ତାର ସୃଜନକର୍ମ ହିଁ ତାକୁ ମହାନ୍ କରିଥାଏ । ଯାହା ସଦାଶିବ ବ୍ୟସ୍ତବହୁଳ ଜୀବନରେ କରି ସଫଳତା ହାସଲ କରିଛନ୍ତି । ମୁଖ୍ୟବକ୍ତା ଭାବରେ ହିନ୍ଦୀ ସାହିତ୍ୟ ବିଦ୍ୱାନ ଡ଼.ଅଜୟ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ ପ୍ରଖ୍ୟାତ୍ କବି ଡ.ମନୋରମା ମହାପାତ୍ର, କବି ତଥା ପ୍ରଶାସକ ରଂଜନ କୁମାର ଦାଶ ତାଙ୍କ ବ୍ୟକ୍ତିଗତ ଜୀବନର ଘଟୁଥିବା ଘଟଣା କିପରି ଗପରେ ରୂପାନ୍ତରିତ ହୋଇ ଏକ ସକରାତ୍ମକ ରୁପ ନେଇଛି, ତାହା ଗାଲ୍ପିକ ସଦାଶିବ ୨୪ଟି ଗପରେ ପରିପ୍ରକାଶ କରିପାରିଛନ୍ତି । ଅନୁବାଦକ ଅଜୀତ୍ ପ୍ରସାଦ ଏକ ଗଳ୍ପପାଠ କରିଥିଲେ । ଅନୁଷ୍ଠାନର ଉପଦେଷ୍ଠା ପୂର୍ବତନ ଶିଶୁସୁରକ୍ଷା ଆୟୋଗର ଅଧ୍ୟକ୍ଷା, ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଶ୍ୱମୁକ୍ତି ପ୍ରକାଶିକା ସବିତା ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ସଂଧ୍ୟା ସମାବେଶରେ ବହୁ ସାହିତି୍ୟକ, ରାଜନେତା, ପ୍ରଶାସକ ଓ ବୁଦ୍ଧିଜୀବ ଯୋଗଦେଇ ଗରିମା ମଣ୍ଡିତ କରିଥିଲେ ।