ବିଜେଡିର ଜିଲ୍ଲା ଓ ବ୍ଲକ ସଭାପତିଙ୍କୁ ସମ୍ବର୍ଦ୍ଧନା

ମହେଶ୍ୱରପୁର ପଞ୍ଚାୟତ କବିରପୁର ଦଶହରା ପଢିଆରେ ବରିଷ୍ଠ ନେତା ବ୍ରଜ କିଶୋର ପାଢୀଙ୍କ ସଭାପତିତ୍ୱରେ ବିଜେଡିର ଜିଲ୍ଲ  ଓ ବ୍ଲକ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ ଜିଲ୍ଲା ଓ ବ୍ଲକ୍ ସଭାପତିଙ୍କୁ ସ୍ୱାଗତ କରିବା ସହ ଦଳର ସଭାପତି ନବୀନ ପଟ୍ଟନାୟକ ଓ ଉପସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇ ଜିଲ୍ଲା ଓ ବ୍ଲକ ବିଜେଡିକୁ ସଂଗଠିତ କରି ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତଅତିଥି ଭାବେ ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ ଯୋଗଦେଇ ବିଜେଡି ଦଳ କର୍ମୀଙ୍କୁ ଦଳକୁ ସୁସଙ୍ଗଠିତ କରି ସାଧାରଣ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଦଳ ଯୁବନେତା ପ୍ରଦୀପ ନାୟକ, ସ୍ଥାନୀୟ ସରପଞ୍ଚ ସୁଜିତ୍ ରାୟ, ଜମଧର ସରପଞ୍ଚ ବାଦଲ ଖଣ୍ଟିଆ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ନାୟକ, ରଶ୍ମିରଞ୍ଜନ ମହାନ୍ତି, ଦୀନବନ୍ଧୁ ମଲ୍ଲିକ, ନନ୍ଦ କିଶୋର ସାହୁ, ରସୁଲ ବକ୍ସ,କରୁଣାକର ବିଶ୍ୱାଳ, ରବିନ୍ଦ୍ର ମଳିକ,ପ୍ରତାପ ଭଞ୍ଜଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ସରୋଜ ମହାପାତ୍ର ଓ ଯାଜପୁର ବ୍ଲକ୍ ସଭାପତି ପରେଶ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିିତ କରଯାଇଥିଲା ।