ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦେବେ ସରକାର : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ପିଏମ୍ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି । ଘର ତିଆରି ପାଇଁ ରାଜ୍ୟ ୨ ଟ୍ରାକ୍ଟର୍ ବାଲି ସରକାର ଦେବେ ବୋଲି ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ସହଜରେ ଘର ଖଣ୍ଡେ ତିଆରି କରିପାରିବେ । ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ । ନଦୀ ଭିତରୁ ପଶି ବାଲି କାଢ଼ିବା ବନ୍ଦ ହେବ । ବାଲି ଉଠାଣ ପାଇଁ ହାଇଓ୍ବା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ । ତେଣୁ ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି । ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜିଖୋଜି ଦଣ୍ଡ ଦିଆଯିବ ।
ରିପୋର୍ଟ- ହେନାମଞ୍ଜରୀ ସ୍ୱାଇଁ