ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଜଣେ ଯୁବକ କୀଟନାଶକ ଓøଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଶୁଭଙ୍କର ମଲ୍ଲିକ (୨୨) । ଶୁଭଙ୍କର ଗତ କିଛି ଦିନ ଧରି ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଘୁରି ବୁଲୁଥିଲେ । ଗୁରୁବାର ସକାଳେ ଘରେ କେହି ନଥିବା ବେଳେ ଚାଷଜମି ପାଇଁ ରଖାଯାଇଥିବା କୀଟନାଶକ ଔଷଧ ସେବନ କରି ଘର ମଧ୍ୟରେ ଅଚେତ ଅବସ୍ଥାରେ ପଡିଥିଲେ । ପରିବାର ଲୋକେ ଚାଷଜମିରୁ କାମ ସାରି ଘରକୁ ଫେରି ପୁଅକୁ ଚେତା ଶୂନ୍ୟ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ମୃତକଙ୍କ ଦାଦା ଟୁନା ମଲ୍ଲିକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିସôାଳୟରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ଅନନ୍ତ ଶବରଙ୍କ ସୂତ୍ରରୁ ପ୍ରକାଶ ।