ଟ୍ରକ୍ ଓ ବାଇକ୍ ଧକ୍କା, ମହିଳା ଗୁରୁତର

 ହିଞ୍ଜିଳିକାଟୁ:   ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକ ନିକଟରେ ବାଲି ବୋଝେଇ ଟ୍ରକ (ଓଆର୧୯ବି ୩୭୯୮) ସହ ଏକ ମୋଟର ସାଇକେଲ(ଓଡି୩୨ଏଚ୍ ୬୦୮୦)ର ଧକ୍କା ଘଟିଛି  । ମୋଟର ସାଇକେଲ ଧକ୍କାରେ ଜଣେ ପଥଚାରୀ ମହିଳା ଗୁରୁତର ଆହତ ହୋଇଛନ୍ତି  । ଆହତ ମହିଳା ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ହିଞ୍ଜିଳି ଥାନା ବଇଁଚବଣିଆ ଅଞ୍ଚଳର କସ୍ତୁରୀ ପାତ୍ର(୪୫)  । ସ୍ଥାନୀୟ ଲୋକେ  ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ  । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି  । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରିବା ସହ ଟ୍ରକ ଚାଳକ ଓ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି  । ପ୍ରକାଶ ଯେ, ସୋମବାର ଅପରାହ୍ନରେ ଆସିକା ଋଷିକୂଲ୍ୟା ନଦୀରୁ ବାଲି ବୋଜେଇ କରି ଟ୍ରକଟି ବ୍ରହ୍ମପୁର ଅଭିମୁଖେ ଯାଉଥିଲା  । ହିଞ୍ଜିଳିକାଟୁ ବଇଁଚବଣିଆ ଛକ ନିକଟରେ ଟ୍ରକଟି ଏକ ମୋଟର ସାଇକେଲକୁ ଅତିକ୍ରମ କରୁଥିବା ବେଳେ ବାଇକ୍ ସହ ଟ୍ରକର ଧକ୍କା ଘଟିଥିଲା  । ଫଳରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଚାଳକ ସମ୍ମୁଖରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେଇଥିଲେ  । ଦୂର୍ଘଟଣାରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ  ।