ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ : ନିଆଁ ଲାଗିବା ପରେ ସେ ପାଣି ମାଗୁଥିଲା

 ପୁଣି ଆସିଲା ମହିଳା ନିର୍ଯାତନାର ଆଉ ଏକ ଛାତିଥରା ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ । ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାକୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି । ନାବାଳିକା  ୬୦% ପୋଡି ଯାଇଛନ୍ତି  ।  ଝିଅ ୬୦% ପୋଡି ଯାଇଥିବା ଡାକ୍ତର କହିଲେ  । ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୋଡି ଛାତ୍ରୀ । କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ । ସୂଚନାମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା  ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ ।

ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା  । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।  ଏଥିସହ ସେଠାରେ ପ୍ରତ୍ୟକ୍ଷଦର୍ଶୀ ଦେଖି କହିଛନ୍ତି ମୁଁ ତଙ୍କୁ ଉଦ୍ଧାର କରିଛି ଆଜି ସକାଳେ ସେହି ଘଟଣା ଘଟିଥିଲା ।  ଅଚାନକ ଝିଅଟି ଦୌଡି ଆସି କହିଲା ମୋତେ ବଂଚାଇ ଦିଅନ୍ତୁ ମୋତେ ପାଣି ଟୋପୋ ଦିଅନ୍ତୁ । ମୁଁ ତାଙ୍କୁ ପଚାରିବାରୁ ଝିଅଟିଏ କହିଲା ମୋତେ ଉଠାଇ ନେଇ ତିନିଜଣ ମୋ ମୁହଁ ବାନ୍ଧି ମୋତେ ଟେକିନେଲେ ମୁଁ ଦେଖିବା ବେଳେ ଚମଡା ଜଳି ହୋଇ ଥପଥପ ହୋଇପଡୁଥିଲା ଯାହା ଦେଖିବା ସ୍ଥିତି ରେ ଥିଲି ମୁଁ  । ସେହି ସମୟରେ ସେ ବାରମ୍ବାର ପାଣି ଟୋପୋ ମାଗି ଚାଲିଥିଲା ଯାହା ଦେଖିବା ସ୍ଥିତି ରେ ନଥିଲା ।