ଧାରଣାରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ 

କେନ୍ଦ୍ରାପଡା: ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ସମସ୍ତ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ କର୍ମଚାରୀ ନିଜର ୨ ଦଫା ଦାବିକୁ ନେଇ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ସହ ଜିଲ୍ଲାସ୍ତରର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ରାଜ୍ୟ ସଂଘ ଆହ୍ୱାନ କ୍ରମେ ଜିଲ୍ଲାର ସମସ୍ତ କର୍ମଚାରୀ ଲୋୟର ପିଏମ୍ଜି ଛକରେ ଧାରଣାରେ ସାମିଲ ହୋଇ ଥିବାରୁ ୧୦ଦିନରୁ ଊଦ୍ଧ୍ୱର୍ ହେବ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ କେନ୍ଦ୍ରାପଡା ଜିଲ୍ଲା ଓ ବ୍ଲକ୍ସ୍ତରର ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟ ବନ୍ଦ ହେବା ଦ୍ୱାରା ସ୍ୱାସ୍ଥ୍ୟସେବା ଗୋଟିଏ ପ୍ରକାର ବିପର୍ଯ୍ୟସ୍ତ ହୋଇଛି । ଏହି ଧାରଣାରେ ସଭାପତି ପ୍ରଶାନ୍ତ ଜେନାଙ୍କ ନେତୃତ୍ୱରେ ସମ୍ପାଦକ ଅନିଲ ଧଳ, କେଷାଧ୍ୟକ୍ଷ ଆଶୁତୋଷ ଜେନା, ସର୍ବେଶ୍ୱର ପ୍ରଧାନଙ୍କ ସେମତ ସମସ୍ତ କର୍ମଚାରୀ ସାମିଲ ଥିଲେ ।