ଶୌଚାଳୟ ନଥାଇ ମେଳା

ଏବେ ଏବେ ରାଜ୍ୟରେ ଦୁର୍ଗା ପୂଜା ଏବଂ ଗଜଲକ୍ଷ୍ମୀ ପୂଜା ସରିଛି । ଦୁର୍ଗା ପୂଜା, ଗଜଲକ୍ଷ୍ମୀ ମେଢ଼, ତୋରଣ ଆଦିରେ ସୁନା ରୂପା ଭଳି ମୂଲ୍ୟବାନ ଧାତୁ ବ୍ୟବହୃତ ହୋଇଛି । ନିର୍ଦ୍ଦିଷ୍ଟ କେତେକ ମେଢ଼ରେ ତୋରଣ ସାଜସଜା ୫୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି । କୋଟି କୋଟି ଟଙ୍କାର ସୁନା ରୂପା ଲାଗିଛି । ମୂର୍ତ୍ତି ପୂଜା ଆୟୋଜନ, ସାଜସଜାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିପୁଳ ସଂଖ୍ୟାର ଶ୍ରଦ୍ଧାଳୁମାନଙ୍କ ସମାବେଶକୁ ଦୃଷ୍ଟିରେ ରଖି ପରିମଳ ବ୍ୟବସ୍ଥା କଥା କେହି ଚି"ା କରିନାହା"ି । ଏହି କାରଣରୁ ଜନସମାଗମ ଆରମ୍ଭ ହେବାର ଦ୍ୱିତୀୟ ଦିନ ଠାରୁ ଅନେକ ପୂଜା ମଣ୍ଡପର ଆଖପାଖ ଅଞ୍ଚଳ ପରିସ୍ରା ଦୁର୍ଗନ୍ଧରେ ନାକ ଫାଟି ପଡୁଛି । କୌଣସି ବି ପୂଜା କମିଟି ଆବଶ୍ୟକୀୟ ଶୌଚାଳୟର ବ୍ୟବସ୍ଥା କରିନାହାଁନ୍ତି । 
ଚଳିତବର୍ଷ ରାଜଧାନୀରେ ୧୮୭ଟି ପୂଜା ମଣ୍ଡପ ନିର୍ମିତ ହୋଇଥିଲା । ୧୦ ଲକ୍ଷ ଲୋକଙ୍କର ସମାମଗ ହୋଇଥିବା ସ୍ଥଳେ କେଉଁଠାରେ ହେଲେ ଶୌଚାଳୟ ବ୍ୟବସ୍ଥା କରାଯାଇନଥିଲା । ବାଜା, ମାଇକ୍‌, ଡ଼ିଜେ, ବାଣ ଆଦି ବ୍ୟବହାର ଉପରେ କଟକଣା ଥିବା ବେଳେ ଶୌଚାଳୟ ଏକ ଅତ୍ୟନ୍ତ ଜରୁରୀ ବ୍ୟବସ୍ଥା ବୋଲି କେହି ବୁଝିପାରିଲେ ନାହିଁ । ବିଶେଷ କରି ମହିଳାମାନେ ଏଥିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶୌଚାଳୟ ବ୍ୟବସ୍ଥା ନଥିଲେ ହଜାର ହଜାର ଲୋକଙ୍କର ସମାଗମର ଆୟୋଜନ, ମେଲୋଡ଼ି ମାଧ୍ୟମରେ ରାତି ୧୨ଟା ପର୍ଯ୍ୟ" ଲୋକମାନଙ୍କ ଉପଭୋଗର ବ୍ୟବସ୍ଥା ଆଦି କରାଯାଉଥିବା ବେଳେ ଶୌଚାଳୟ ପ୍ରତି ଦୃଷ୍ଟି ଦିଆନଯିବା ଏକ ଗୁରୁତର ତ୍ରୁଟି । ବିସର୍ଜନ ଜନିତ ପ୍ରଦୂଷଣକୁ ନେଇ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବିସର୍ଜନର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମ କ୍ଷେତ୍ରରେ ମଳମୂତ୍ର ତ୍ୟାଗର ବ୍ୟବସ୍ଥା ନ କରିବା ଅତ୍ୟନ୍ତ ପରିତାପର ବିଷୟ ନୁହେଁ କି? ଲୋକେ ବାଧ୍ୟ ହୋଇ ରାସ୍ତାକଡ଼ରେ ମଳମୂତ୍ର ତ୍ୟାଗ କରିଛନ୍ତି । ପ୍ରାକୃତିକ ଭାବରେ ଏସବୁ ପରିବେଶର ସ୍ୱାଭାବିକ ଅବସ୍ଥାକୁ ଆସିବା ବେଶ୍‌ ଦିନ ଲାଗିଯିବ । ଏହା ଏକ ଅତ୍ୟନ୍ତ ଜରୁରୀ ପ୍ରସଙ୍ଗ ହୋଇଥିବା ବେଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଶୌଚାଳୟ ନିର୍ମାଣର କୌଣସି ସର୍ତ୍ତ ରଖାଯାଇନାହିଁ । 
ଇତିମଧ୍ୟରେ ସରକାର ପୂଜା ପେଣ୍ଡାଲ୍‌ ଗୁଡ଼ିକରୁ ଆଦାୟ କରୁଥିବା ଟିକସ ଛାଡ଼ କରିଛନ୍ତି । ଅନ୍ୟପକ୍ଷରେ ମଳମୂତ୍ର ତ୍ୟାଗ ଭଳି ବ୍ୟବସ୍ଥା ସମ୍ପର୍କରେ ଉଭୟ ସରକାର ଏବଂ ପୂଜା କମିଟି ନୀରବ । ବହୁ ସ୍ଥାନରେ କେବଳ ପୂଜା ମଣ୍ଡପ ପାଇଁ ସ୍ଥାନ ଥିଲା । କି"ୁ ତୋରଣ ଏବଂ ମେଲୋଡ଼ି ଆୟୋଜନ ପାଇଁ ସ୍ଥାନ ନଥିଲା । ସେସବୁ ରାସ୍ତା ଉପରେ ହେଉଥିଲା । ପରିମଳ ବ୍ୟବସ୍ଥା ଜନସମାଗମ ଗୁଡ଼ିକର ଏକ ଅତ୍ୟାବଶ୍ୟକୀୟ ଅଙ୍ଗ । ଏହା ଉପରେ ଧ୍ୟାନ ନ ଦେଇ ବିପୁଳ ଜନସମାଗମର ଆୟୋଜନ କରିବା ଏକ ଅପରିଣାମଦର୍ଶୀ କାର୍ଯ୍ୟ । ଏହାର କୁଫଳ ସରକାର କିମ୍ବା ପୂଜା କମିଟିର ସଦସ୍ୟମାନେ ଭୋଗନ୍ତି ନାହିଁ, ପୂଜାସ୍ଥଳୀର ନିକଟବର୍ତ୍ତୀ ଅଞ୍ଚଳବାସୀମାନେ ହିଁ ଭୋଗନ୍ତି । ଏ ପ୍ରକାରର ଏକ ଅଭିଯୋଗ ଗ୍ରହଣ କରିବା ପାଇଁ କୌଣସି କର୍ତ୍ତୃପକ୍ଷ ମଧ୍ୟ ନାହାଁନ୍ତି । କାଁ ଭାଁ ଯେଉଁ କେତୋଟି ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଥିଲା ସେଗୁଡ଼ିକ ବ୍ୟବହାର ଉପଯୋଗୀ ନଥିଲା । ୮/୧୦ ଜଣ ଲୋକ ବ୍ୟବହାର କରିବା ପରେ ତାକୁ ଆଉ କେହି ବ୍ୟବହାର କରିପାରୁନଥିଲେ । 
ପୂଜା ଉତ୍ସବରେ ଖର୍ଚ୍ଚ କରାଯାଉଥିବା ବିପୁଳ ଅର୍ଥ କେବଳ ଏକ ଆଡ଼ମ୍ବର ନ ହେଉ । ପରିବେଶ ପ୍ରତି ସଚେତନ ନହେଲେ କେତେବେଳେ କେଉଁ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିବ ତାହା ଆକଳନ ମଧ୍ୟ କରିହେବ ନାହିଁ । ତେଣୁ ଭବିଷ୍ୟତରେ ଯେକୌଣସି ପ୍ରକାରର ଜନସମାଗମର ଆୟୋଜନ କରୁଥିବା କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବେ ବୋଲି ଆଶା କରାଯାଏ ।