କେମିତି ଚମକିବ ରୂପା ଗହଣା?

ରୂପା ବାସନ ଏବଂ ଅଳଙ୍କାର ରଖିବା , ବ୍ୟବହାର କରିବା ଅନେକଙ୍କୁ ପସନ୍ଦ। ହେଲେ ଏହା କଳା ପଡ଼ିଯାଇଯାଏ। ରୂପା ବାୟୁ ଏବଂ ଆର୍ଦ୍ରତା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଘରେ ରୂପାର ସାମଗ୍ରୀ ରହିଛି ଏବଂ ସେଗୁଡ଼ିକ ଚମକ ହରାଇଛି, ତେବେ କିଛି ସହଜ ଘରୋଇ ଉପାୟ ସାହାଯ୍ୟରେ ସେଗୁଡ଼ିକ ଚମକ ଫେରିପାଇପାରିବେ।
ଟୁଥ୍ପେଷ୍ଟରେ ସଫା କରନ୍ତୁ: ଟୁଥ୍ପେଷ୍ଟ କେବଳ ଦାନ୍ତ ସଫା କରେ ନାହିଁ, ବରଂ ରୂପାକୁ ପଲିସ୍ କରିବାରେ ମଧ୍ୟ ବହୁତ ଲାଭଦାୟକ। ଏକ ନରମ କପଡ଼ା କିମ୍ବା ଟୁଥବ୍ରଶ୍ ଉପରେ ଟିକିଏ ଟୁଥପେଷ୍ଟ ଲଗାନ୍ତୁ ଏବଂ ରୂପା ଜିନିଷଟିକୁ ଧୀରେ ଘଷନ୍ତୁ। ଏହା ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ। ଦେଖିବେ ରୂପା ପୁଣି ନୂତନ ପରି ଚମକିବ।
ବେକିଂ ସୋଡ଼ା ଏବଂ ଆଲୁମିନିୟମ ଫଏଲର ବ୍ୟବହାର: ଏହି ପଦ୍ଧତିକୁ ରୂପା ପାତ୍ର ଏବଂ ଅଳଙ୍କାରକୁ ଚମକାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିପାଇଁ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ, ସେଥିରେ ଗୋଟିଏ ଚାମଚ ବେକିଂ ସୋଡ଼ା ଏବଂ ଗୋଟିଏ ଚାମଚ ଲୁଣ ମିଶାନ୍ତୁ। ଏବେ ଏଥିରେ ଆଲୁମିନିୟମ ଫଏଲର ଖଣ୍ଡ ମିଶାନ୍ତୁ ଏବଂ ତା’ପରେ ଏହି ପାଣିରେ ରୂପା ସାମଗ୍ରୀକୁ ବୁଡ଼ାନ୍ତୁ। ୫ ରୁ ୧୦ ମିନିଟ ପରେ ରୂପାର କଳାପଣ ଦୂର ହୋଇଯିବ ଏବଂ ଏହା ପୁଣି ଚମକିବା ଆରମ୍ଭ କରିବ।
ଲେମ୍ବୁ ଏବଂ ବେକିଂ ସୋଡ଼ା ପେଷ୍ଟ: ଲେମ୍ବୁ ଏବଂ ବେକିଂ ସୋଡ଼ାର ମିଶ୍ରଣ ମଧ୍ୟ ରୂପା ସଫା କରିବାର ଏକ ସହଜ ଏବଂ ପ୍ରଭାବଶାଳୀ ଉପାୟ। ଏଥିପାଇଁ ଆପଣଙ୍କୁ ଏକ ପାତ୍ରରେ ଗୋଟିଏ ଚାମଚ ବେକିଂ ସୋଡ଼ା ନେଇ ସେଥିରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ତିଆରି କରିବାକୁ ପଡିବ। ଏହି ପେଷ୍ଟକୁ ରୂପା ସାମଗ୍ରୀ ଉପରେ ଲଗାନ୍ତୁ ଏବଂ ଧୀରେ ଧୀରେ ଘଷନ୍ତୁ, କିଛି ମିନିଟ ମଧ୍ୟରେ ରୂପା ଚମକିବ।
କୋକାକୋଲା ସହିତ ସଫା କରନ୍ତୁ: ଯଦି ଆପଣଙ୍କ ପାଖରେ କୋଲା କିମ୍ବା କୌଣସି ସୋଡ଼ା ଅଛି, ତେବେ ଏହାକୁ ରୂପା ସଫା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ରୂପା ଜିନିଷଟିକୁ କିଛି ଘଣ୍ଟା ପାଇଁ କୋଲାରେ ବୁଡ଼ାଇ ରଖନ୍ତୁ ଏବଂ ତା’ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ।
ଭିନେଗାର ଏବଂ ବେକିଂ ସୋଡ଼ା: ରୂପା ସଫା କରିବାରେ ଭିନେଗାର କିମ୍ବା ଭିନେଗାର ଏବଂ ବେକିଂ ସୋଡ଼ାର ମିଶ୍ରଣ ମଧ୍ୟ ସହାୟକ ହୋଇଥାଏ। ଉଭୟକୁ ଏକ ପାତ୍ରରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ରୂପା ଜିନିଷ ଉପରେ ଲଗାନ୍ତୁ। କିଛି ସମୟ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।