ଋତୁସ୍ରାବ ଅବଧି କେତେ ଦିନ ଠିକ୍?

ମାସିକ ଧର୍ମ ନାରୀ ଜୀବନର ଏକ ନିୟମିତ ପ୍ରକ୍ରିୟା। କିନ୍ତୁ ଏଥିରେ ଅନିୟମିତତା ଏକ ଅସ୍ୱାସ୍ଥ୍ୟକର ଶରୀରର ସଂକେତ। ଋତୁସ୍ରାବ ଅବଧି ଗଡ଼ିଯିବା କିମ୍ବା ସମୟ ପୂର୍ବରୁ ହେବାକୁ ନେଇ ଚିନ୍ତା ବଢିଥାଏ। ଏସବୁ ମଧ୍ୟରେ ଆଉ ଏକ ପ୍ରଶ୍ନ, ଯେ ସଠିକ୍ ସମୟରେ ଋତୁସ୍ରାବ ହେଉଥିଲେ ମଧ୍ୟ ଯଦି ଏହା ଦୁଇ ଦିନ ହେଉଥାଏ, ତେବେ ଏହା ଚିନ୍ତାର ବିଷୟ କି? ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ...
ସାଧାରଣତଃ ମାସିକ ଋତୁସ୍ରାବ ଦୁଇରୁ ସାତ ଦିନ ମଧ୍ୟରେ ରହିଥାଏ। ଏହାର ଅର୍ଥ ଦୁଇ ଦିନର ଅବଧି ସାଧାରଣ ବର୍ଗରେ ରହୁଛି। ଏଥିପାଇଁ ବିଶେଷ ଚିନ୍ତାର ଆବଶ୍ୟକତା ନଥାଏ, କିନ୍ତୁ ଯଦି ଏହି ପ୍ରକ୍ରିୟା ସାଧାରଣ ପ୍ରକ୍ରିୟା ଅପେକ୍ଷା ହଠାତ୍ ପରିବର୍ତ୍ତିତ ହୋଇଯାଉଛି, ତେବେ ଏହା କିଛି ଭିନ୍ନ ସଙ୍କେତ ସୂଚାଇପାରେ।
ନୂଆଦିଲ୍ଲୀର ନର୍ଚର ଆଇଭିଏଫ୍ କ୍ଲିନିକର ସ୍ତ୍ରୀ ରୋଗ ବିଶେଷଜ୍ଞ, "ପ୍ରସୂତି ବିଶେଷଜ୍ଞ ତଥା ଆଇଭିଏଫ୍ ବିଶେଷଜ୍ଞ ଡ. ଅର୍ଚ୍ଚନା ଧାୱନ ବଜାଜ କୁହନ୍ତି, ପ୍ରତ୍ୟେକ ମହିଳାଙ୍କର ସ୍ୱତନ୍ତ୍ର ଋତୁସ୍ରାବ ଚକ୍ର ରହିଛି। ଅଧିକାଂଶ ମହିଳାଙ୍କ ଅବଧି ତିନିରୁ ପାଞ୍ଚ ଦିନ ରହିଥାଏ, କିନ୍ତୁ ଦୁଇରୁ ସାତ ଦିନର ଅବଧି ମଧ୍ୟ ସାଧାରଣ ବୋଲି ବିବେଚନା କରାଯାଏ। ଋତୁସ୍ରାବ ଅବଧି ଦୁଇ ଦିନ ହେବା ଚିନ୍ତାର କାରଣ ନୁହେଁ। ଯଦି ଏପରି ନିୟମିତ ଘଟେ, ତେବେ ଏପରି ଅବସ୍ଥାକୁ ହାଇପୋମେନୋରିଆ କୁହାଯାଏ।"
ସେହିପରି ମ୍ୟାକ୍ସ ସ୍ମାର୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ପ୍ରସୂତି ଏବଂ ସ୍ତ୍ରୀ ରୋଗର ସହଯୋଗୀ ନିର୍ଦ୍ଦେଶକ ଡ. ଉଷା ଏମ କୁମାର କହିଛନ୍ତି, "ବୟସ, ଚାପ, ହରମୋନାଲ ପରିବର୍ତ୍ତନ ଏବଂ ଜୀବନଶୈଳୀ ଉପରେ ମାସିକ ଋତୁସ୍ରାବ ଚକ୍ର ନିର୍ଭର କରେ। କେତେକ ମହିଳାଙ୍କର ସ୍ୱାଭାବିକ ଭାବରେ ସ୍ୱଳ୍ପ ଅବଧି ଥାଏ। ହରମୋନାଲ ଗର୍ଭନିରୋଧକ ବ୍ୟବହାର କିମ୍ବା ମେନୋପଜ କାରଣରୁ ଏହା ହୋଇପାରେ।