ରାଷ୍ଟ୍ରପତିଙ୍କୁ ଭେଟିଲେ ଖଣ୍ଡପଡ଼ା ବିଧାୟକ

 ଖଣ୍ଡପଡ଼ା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟ ଅତୀତରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀକୁ ଗସ୍ତରେ ଆସି  ପ୍ରଭୁ ଶ୍ରୀନୀଳମାଧବ କ୍ଷେତ୍ର କଣ୍ଟିଲୋ ଏବଂ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନ କରି ଫେରିଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଅବସରରେ ବିଧାୟକ କଣ୍ଟିଲୋ ନୀଳମାଧବ ମନ୍ଦିର ସୌନ୍ଦର୍ଯ୍ୟକରଣ, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା, ପରିଚାଳନା କମିଟି ଏବଂ କର୍ପସ ଫଣ୍ଡ ବ୍ୟବସ୍ଥା, ବିଶ୍ୱାବସୁଙ୍କ ଜନ୍ମସ୍ଥାନ କାଳିଆପଲ୍ଲୀ ଗ୍ରାମର ବିକାଶ ପାଇଁ ମାଷ୍ଟର ପ୍ଲାନ, ନାରାୟଣୀ ମନ୍ଦିରର  ସୌନ୍ଦର୍ଯ୍ୟକରଣ, ଅଶିଦଶକରୁ ସ୍ଥାପିତ  ପାନ୍ଥନିବାସର ଆଧୁନୀକରଣ, ବିଶ୍ୱାବସୁଙ୍କ ନାମରେ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା, ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ତାଙ୍କ  ସ୍ମୃତି ଉଦେ୍ଦଶ୍ୟରେ  ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାୟକ ମହାମହିମ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି  ।