ବାସ୍ତୁ ଦୋଷ ଦୂର କରିବ ଝରଣା ପେଣ୍ଟିଂ!

ବାସ୍ତୁ ଦୋଷ ଦୂର କରିବ ଝରଣା ପେଣ୍ଟିଂ!


ବାସ୍ତୁଶାସ୍ତ୍ର ଅନୁଯାୟୀ ଝରଣାର ବୋହିଯାଉଥିବା ପାଣି ସୁଖ, ସମୃଦ୍ଧି ଓ ସକରାତ୍ମକ ପରିବର୍ତ୍ତନର ସୂଚକ ହୋଇଥାଏ । ତେଣୁ ଘରେ ଝରଣାର ପେଣ୍ଟିଂ ଲଗାଇବା ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ । ତେବେ ଏହାକୁ କେଉଁ ଦିଗରେ ଲଗାଇବେ , ତାହାର ସଠିକ୍ ଦିଗ ଓ ନିୟମ ରହିଛି । ଏହାକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାଇବା ସବୁଠୁ ଶୁଭ । ପଶ୍ଚିମ ଦିଗରେ ବି ଲଗାଇ ପାରିବେ । ମାତ୍ର ଝରଣା ପେଣ୍ଟିଂକୁ ଘରର ଦକ୍ଷିଣ ଦିଗରେ ଲଗାଇବାକୁ ବାରଣ କରାଯାଇଛି । ଲହାଛଡା ଘରର ଡ୍ରଇଂ ରୁମରେ ହେଉ କି ଲିଭିଂ ରୁମ୍ରେ ଲଗାଇବା ଉଚିତ୍ । କିନ୍ତୁ ଏହାକୁ କେବେ ହେଲେ ବି ବେଡ୍ ରୁମ୍ରେ ଲଗାନ୍ତୁ ନାହିଁ । ଏହାଛଡା ଏଭଳି ଝରଣା ପେଣ୍ଟିଂକୁ କିଣିବା ବେଳେ ଧ୍ୟାନ ରଖିବେ ଯେମିତି ଜଳ ସୁରୁଖୁରୁରେ ବୋହୁଥିବ ବା ଝରଣାର ଜଳ ପ୍ରବାହରେ କୌଣସି ଅସୁବିଧା ନଥିବ । ନଚେତ୍ ଏଭଳି ପେଣ୍ଟିଂ ଲଗାଇଲେ ଘରେ ନାନାଦି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତେଣୁ ସଠିକ୍ ଚିତ୍ର ଦେଖି ହିଁ ଏହାକୁ କିଣନ୍ତୁ ।