VK pandian
VK pandian
ଭୁବନେଶ୍ୱର : ୫ଟି ସଚିବ ଓ ନୂତନ ନବୀନ ଓଡ଼ିଶା ଅଧକ୍ଷ ଭାବେ ଭି କେ ପଣ୍ଡିଆନଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ସେ ପାଇଥିବା ସମସ୍ତ ଦରମା , ଭତ୍ତା ସହ ଆନୁସାଙ୍ଗିକ ଖର୍ଚ୍ଚ ତାଙ୍କ ଠାରୁ ଆଦାୟ କରା ଯାଉ । ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଓ ପ୍ରକାଶ ଦାଶ ଏହି ଦାବି କରିଛନ୍ତି ।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ ସାମ୍ବାଦିକ ସମ୍ମିଳନୀ କରି ସେମାନେ କହିଛନ୍ତି ଯେ, ତତ୍କାଳୀନ ବିଜେଡ଼ି ସରକାର ସମୟରେ ୫ଟି ସଚିବ ଭାବେ ପାଣ୍ଡିଆନ କାର୍ଯ୍ୟ କରିଥିଲେ ମଧ୍ୟ ଏଭଳି କୌଣସି ବିଭାଗ ନଥିଲା କି ତାଙ୍କର କୌଣସି ଅଫିସ୍ ମଧ୍ୟ ନଥିଲା । ତଥାପି ମଧ୍ୟ ସେ ରାଜ୍ୟ ବ୍ୟାପୀ ବୁଲି ବୁଲି ବିଭିନ୍ନ ଯୋଜନା ଘୋଷଣା କରିଥିଲେ । ଆଉ ସମସ୍ତ ବିଭାଗର ସମୀକ୍ଷା ମଧ୍ୟ କରୁଥିଲେ । ଯାହାକୁ ନେଇ ସଂଗଠନ ପ୍ରଶ୍ନ ଉଠାଇବା ସହ ବର୍ତ୍ତମାନର ସରକାର ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ସେମାନେ ଦାବି କରିଛନ୍ତି ।