ବଜ୍ରାଘାତରେ ଯୁବକ ମୃତ

 ଯାଜପୁର ଟାଉନ:  ଯାଜପୁର ସଦର ଥାନା ନାଥସାହି ପଂଚାୟତ ନୂଆପଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକର ମୃତୁ୍ୟ ଘଟିଛି । ଗ୍ରାମରେ ପଶ୍ଚିମସିଂହଭୂମି ଜିଲା ସୋନୁଆ ଥାନା ଅନ୍ତର୍ଗତ ଭୂତନାସା ଗ୍ରାମର ମାଝୀ ମୋହନାଗା(୨୬) ନୂଆପଡ଼ା ଗ୍ରାମରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ସନ୍ଧ୍ୟାରେ ମାଝୀ ମୋହନାଗା ତାଙ୍କ ସାନଭାଇ ଅଜୟ ମୋହନାଗା ପାଖକୁ ଆସିଥିବା ବେଳେ ବଜ୍ରାଘାତରେ ପଡ଼ିି ଯାଇଥିଲେ । ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସଦର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି ।