ଅବୋଧ ସାରଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣନ୍ତୁ

 ଦିଲ୍ଲୀ କାଉଣ୍ଟଡାଉନ ଆରମ୍ଭ ଚାଲିଛି ସେଥିରେ ବଡ ବଡ ନେତାଙ୍କ ପରାସ୍ତ ହେବା ପରେ ଏବେ ବିଜେପି ବହୁମତ ନେଇ ଆଗକୁ ବଢିବାରେ ଲାଗିଛି କିନ୍ତୁ ଏହାରି ଭିତରେ ଗୋଟିଏ ପରେ ଗୋଟିଏ ସିଟ ରେ ଆପ କୁ ଝଟକା ଲାଗିଥିବା ବେଳେ ଜଙ୍ଗପୁରାରୁ ଆପକୁ ବଡ ଝଟକା ଲାଗିଛି  । ନିର୍ବାଚନ  ହାରିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ।

ମନୀଷଙ୍କ ବିପକ୍ଷରେ ଏହି ଆସନରେ ନିର୍ବାଚନ ଲଢିଥିଲେ ବିଜେପି ର ପରବିନ୍ଦର ସିଂ ମାରବାହ ଓ କଂଗ୍ରେସର ଫରହାଦ ସୁରି । ଏହି ଆସନରେ ବିଜେପିର ପରବିନ୍ଦର ସିଂ ମାରଓ୍ବା ବିଜୟୀ ହୋଇଛନ୍ତି । ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ । ହେଲେ ଏହାପୂର୍ବରୁ ସେ ପଟପଡଗଞ୍ଜରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏବେ ଏହି ଆସନରେ ଆପ ଅବଧ ଓଝାଙ୍କୁ ପ୍ରାର୍ଥୀ କରାଯାଇଥିଲା  । 

ମନୀଷ ସିସୋଦିଆ ୨୦୧୩ ମସିହାରୁ ପଟପଡଗଞ୍ଜରୁ ନିର୍ବାଚନ ଜିତି ଆସୁଥିଲେ । ସେ ଏହି ଆସନରୁ ୩ ଥର ନିର୍ବାଚନ ଜିତିଥିଲେ ମନୀଷ । ଏହାପରେ ଆପ ସରକାରରେ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଆପ ସରକାରରେ ସେ ପ୍ରମୁଖ ଦାୟିତ୍ୱରେ ରହିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସେ ଜେଲ ଯାଇଥିଲେ । ଏହା ପରେ ଆପକୁ ଆଉ ଏକ ବଡ ଝଟକା ମଧ୍ୟ ଲାଗିଛି ନିର୍ବାଚନ ହାରିଛନ୍ତି  । ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।  ଏହି ସିଟ୍‌ ରୁ  ବିଜେପି ପ୍ରାର୍ଥି   ପରବେଶ ବର୍ମା  ବିଜୟ ଲାଭ କରିଛନ୍ତି ।   ସେହିପରି  କାଲକାଜୀ ସିଟ୍‌ ପ୍ରାର୍ଥି  ଅତିଶୀ ବିଜେପି  ଆଶାୟି  ରମେଶ ବିଧୁଡିଙ୍କ ଠାରୁ ପଛରେ ରହିଥିଲେ କିନ୍ତୁ ବର୍ତ୍ତମାନର ତାଜା ସୂଚନା ଅନୁଯାୟୀ ଆତିଶୀ ମାର୍ଲେନା ତିନି ହଜାର ଭୋଟରେ ଜିତିଛନ୍ତି  । ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ  ରମେଶ ବିଧୁଡି ନାମାଙ୍କନ ଭରିଥିଲେ କିନ୍ତୁ ସେ ପରାଜୟ ବରଣ କରିଛନ୍ତି  ପ୍ରାୟ 27 ବର୍ଷ ପରେ ବିଜେପି କ୍ଷମତାକୁ ଫେରିଛନ୍ତି 

ଏବେ ପଟପଡଗଂଜରେ ଆପ ପ୍ରାର୍ଥୀ ଅବୋଧ ଓଝା ଙ୍କୁ ପ୍ରାର୍ଥୀ କରିଛି ଆପ ତାଙ୍କ ବିପକ୍ଷରେ ରବିନ୍ଦ୍ର ସିଂହ ଙ୍କୁ ପ୍ରାର୍ଥୀ କରିଛି ବିଜେପି , ଅବୋଝ ଓଝା ସାର ତାଙ୍କ କ୍ୟାରିୟର କୋଚିଂ ରୁ ଆରମ୍ଭ କରିଥିଲେ ସେ ୨୨ ବର୍ଷରୁ କୋଚିଂ ଆରମ୍ଭ କରିଥିଲେ ସେ ପିଲାଙ୍କୁ କୋଚିଂ ଦେବା ସହ ସେ ସୋସିଆଲ ମିଡିଆରେ ମୋଟିଭେସନାଲ ସ୍ପିକର ଭାବେ ବେଶ ପରିଚିତ ଅଟନ୍ତି ତାଙ୍କୁ ଭାଇରାଲ ସାର ବୋଲି ସମସ୍ତେ ଜାଣନ୍ତି ତାଙ୍କ ବେକରେ ଗାମୁଛା ପକାଇ ପିଲାଙ୍କୁ ପାଠ ପଢାଇବା ଷ୍ଟାଇଲି ଲୋକଙ୍କୁ ବହୁତ ଆକୃଷ୍ଟ କରେ ସେହି ଅନ୍ଦାଜ ରେ ସେ ପିଲାଙ୍କ ମନ ଜିଣନ୍ତି କିନ୍ତୁ ବର୍ତ୍ତମାନ ସେ ରାଜନୀତି ଦୁନିଆରେ ପାଦ ଦେଇଥିଲେ ,  ସେ 49 ବର୍ଷ ବୟସରେ ଏହି ରାଜନୀତି ରେ ପାଦ ଦେଇଥିଲେ  କିନ୍ତୁ ଏବେ ରାଜନୀତିରେ ଭୋଟ ଗମନା ରେ ସେ ପଛରେ ରହିଛନ୍ତି ଏବେ କେବଳ ଦେଖିବାକୁ ବାକି ରହିଲା ସୋସିଆଲ ମିଡିଆ ପରେ ରାଜନୀତି ଦୁନିଆରେ କେତେ ଲୋକଙ୍କ ସଫଳତା ସାଉଁଟୁଛନ୍ତି ଅବୋଝ ସାର ସେ ମାତ୍ର 22 ବର୍ଷ ବୟସରେ ପାଠ ପଢା ଆରମ୍ଭ କରିଥିଲେ ସେ ମାତ୍ର ପ୍ଲସ ଟୁ  ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଛନ୍ତି ତାଙ୍କ ଜନ୍ମ 3 ଜୁଲାଇ 1984 ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ତାଙ୍କ ପରିବାରରେ ବାପା ମା ପୋଷ୍ଟମାଷ୍ଟର ଭାବରେ ଚାକିରି କରୁଥିବା ବେଳେ ବାପା ଚାହିଥିଲେ ତାଙ୍କ ପୁତ୍ର ଡକ୍ଟର ବନିବା ପାଇଁ କିନ୍ତୁ ପର ମୁହୁର୍ତ୍ତରେ ତାହା ଅଲଗା ପ୍ରମାଣିତ ହୋଇଥିଲା  ସେ ପିଲାଙ୍କୁ କୋଚିଂ ଦେବା ଆରମ୍ଭ କରିଥିଲେ ତାଙ୍କର ରୋଜଗାର କହିଲେ କେବଳ କୋଚିଂକୁ ହିଁ ବୁଝାଏ ସେ ସେଥିରେ ରୋଜଗାର କରନ୍ତି  ।