ମନରେଗା ଯୋଜନାରେ ଦୁର୍ନୀତି, ଜାଲ ଦସ୍ତାବିଜରେ ଲୁଟିନେଲେ ୫ ଲକ୍ଷ
କପ୍ତିପଦାରୁ ତପନ କୁମାର ସେଠୀ: ମନରେଗା ଯୋଜନାରେ ସମସ୍ତ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ସରକାରୀସ୍ତରରେ ଅନେକ ଚେଷ୍ଟା କରାଯାଉଛି । ହେଲେ ଗ୍ରାଉଣ୍ଡରେ ସରକାରୀ ବାବୁମାନେ ସରକାରଙ୍କ ଠାରୁ ଦୁଇ ପାଦ ସବୁବେଳେ ଆଗୁଆ ରହୁଛନ୍ତି । ଅର୍ଥାତ୍ ସ୍ପଷ୍ଟ ଦିବାଲୋକରେ ସରକାରୀ କାଗଜପତ୍ରରେ ସରକାରଙ୍କୁ ଚୂନ ଲଗାଇବାରେ ମାହିର ସରକାରୀ ବାବୁମାନେ । ମନରେଗା ଯୋଜନାରେ ସେଭଳି ଏକ ସାଂଘାତିକ ଦୁର୍ନୀତି ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ସ୍ପଷ୍ଟ ହୋଇଯିବେ କିଭଳି ଚାଲିଛି ମନରେଗା କାମ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପୁରା ଘଟଣାର ଖୋଳତାଡ କରିବାରୁ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ । ଯାହାକି ଜମିରେ ଆଦୌ କୋଦାଳ କିମ୍ବା କାଙ୍କ ଲାଗି ନ ଥିବା ବେଳେ ସେହିଠାରେ ପୋଖରୀ ଖୋଳାଯାଇଥିବା ଦର୍ଶାଇ ଲୁଟ୍ ହୋଇଛି ୫ ଲକ୍ଷ ଟଙ୍କା । ଏଭଳି ଦୁର୍ନୀତି ହୋଇଛି କପ୍ତିପଦା ବ୍ଲକର ଜାମବଣୀ ପଞ୍ଚାୟତରେ । ଜାମବଣୀ ପଞ୍ଚାୟତର ସୁଡସୁଡିଆ ଗ୍ରାମରେ ବାଇବନ ପୋଖରୀକୁ ପୁନରୁଦ୍ଧାର ପାଇଁ ୨୦୨୧ମସିହାରେ ୱାର୍କ ଅର୍ଡର ପ୍ରଦାନ କରାଯାଇଥିଲା । ଯାହାର କୋର୍ଡ ନମ୍ବର ରହିଥିଲା- ୨୪୦୪୦୫୪୦୦୮/ଡବ୍ଲୁଏଚ୍/୧୦୩୮୦୨୮୬ । ଏହା ସହିତ ଏହି କାମ ନିମନ୍ତେ ୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା । ଉକ୍ତ ବ୍ୟୟ ବରାଦ ଟଙ୍କା ଆଧାରରେ କାମ ଆରମ୍ଭ ହୋଇଥିବା ବେଳେ ଉକ୍ତ କାମ ଏବେ ଶେଷ ହୋଇଯାଇଛି । ଏବଂ କାମରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସହିତ ବାହାରିଥିବା ବିଭିନ୍ନ ମଷ୍ଟରରୋଲରେ ଶ୍ରମିକମାନେ ଉପସ୍ଥିତ ଥିବା ସୂଚନା ମଧ୍ୟ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ଶ୍ରମିକମାନେ ଉକ୍ତ ସ୍ଥାନରେ କାମ କରୁଥିବାର ଫଟୋ ମଧ୍ୟ ଉଠାଯାଇଛି, ତତ୍ସହିତ ଶ୍ରମିକମାନେ ବସି ଫଟୋ ମଧ୍ୟ ଉଠାଇଛନ୍ତି । ଯାହାକି ନୋଟ କ୍ୟାମରେ ଭୁଲ ତଥ୍ୟ ଦିଆଯାଇ ଫଟୋ ଉଠାଯାଇ ତାହାକୁ ଦାଖଲ କରିବା ସହିତ ସମସ୍ତଙ୍କୁ ଚୂନ ଲଗାଇ ସ୍ପଷ୍ଟ ଦିବାଲୋକରେ ସରକାରୀ ବାବୁମାନେ ଲୁଟି ନେଇଛନ୍ତି ପୁରା ୫