ପ୍ରାକୃତିକ ବାସସ୍ଥାନର ସଙ୍କୋଚନ, ଜୀବଜନ୍ତୁ ବିଲୋପର ମୁଖ୍ୟକାରଣ
ତାଳଚେର : ତାଳଚେର ବ୍ଲକର ଆଖାପାଖ ଗ୍ରାମର କୁଶକୁଶ ଜଙ୍ଗଲ ରାସ୍ତା ଡ଼ଗରବାଟରେ ଲୋକେ ବାଟ ·ଲୁଥିଲେ । ତାଳଚେର ସେହି ସମୟରେ ସୌନ୍ଦର୍ଯ୍ୟମୟ ସବୁଜବନାନୀରେ ବେଶ ପରିଚିତ ଥିଲା । ବିଭିନ୍ନ କିସମର ବୃକ୍ଷଲତା ସାଙ୍ଗକୁ ତାଳଚେର ଅଂଚଳରେ ବିଭିନ୍ନ ପଶୁପକ୍ଷୀମାନେ ଏହି ସବୁଜବନାନୀରେ ବସବାସ କରୁଥିଲେ । ଜଙ୍ଗଲରେ ଔଷଧୀୟ ବୃକ୍ଷ, ଫଳମୂଳ ଓ ଜାଳେଣି ପାଇଁ ଆଖପାଖ ଅଂଚଳର ବାସୀନ୍ଦାମାନେ କାଠ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟବଜାରେ ବିକ୍ରି କରି ବେଶ ନିଜର ଗୁଜୁରାଣ ମେଟାଂଉ ଥିଲେ । ବିଶେଷ କରି ବରଡ଼ା ତିଆରି ଝାମ୍ପି, ଖଜୁରୀପାଲୁରେ ଝାଡ଼ୁ, ବାଉଁଶ ଗଛରେ ତିଆରି ଘରର ବିଭିନ୍ନ ଉପକରଣ ସହିତ କେନ୍ଦୁ, ମହୁଲ, ଟୁଲ, କୋଳି, କୁଶୁମ, ଜାମ୍ବୁ, ବଅଁରକୋଳି, କରମଙ୍ଗା, ଖୀରକୋଳି, ଆତ, ନରକୂଳି, ଆମ୍ବ, ·ଅଁର, ଲିଚୁ, ଶାଳପତ୍ର ତିଆରି ଖଲି, ଚଉପତି, ଘରର ଜାଳେଣିପାଇଁ ଛୋଟଛୋଟ କାଠÿ ବିଡ଼ା ସହିତ ବିଭିନ୍ନ ଚେରମୂଳି ଔଷଧ ଏସବୁକୁ ଗାଁ ବ୍ୟବସାୟୀମାନେ ସଂଗ୍ରହ କରିଥାନ୍ତି । ଲୋକମାନେ ଜଙ୍ଗଲରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ସହର ଓ ବଜାରରେ ବ୍ୟବସାୟ କରି ଗୁଜୁରାଣ ମେଂଟାଇବା ସହିତ ନିଜର କୌଳିକ ବୃତିକୁ ଜାରି ରଖି ଥିଲେ । ବର୍ତ୍ତମାନ ଜଙ୍ଗଲ ଲୋପ ପାଇଥିବାରୁ ଏମାନେ ନିଜର ବୃତ୍ତିକୁ ହରାଇବାକୁ ବସିଲେଣି । କିଛି ପୁରୁଣା ଭାଷା - କୁଡ଼ି, ଗଣ୍ଡା, ହୁଡ଼ା, ଡ଼ଗରବାଟ, କୁଶ, ମାଇଲ ଏଭଳି ଅନେକ ପ୍ରଥାର ମଧ୍ୟ ବିଲୋପ ଘଟିଲାଣି । ଏବେ ବେଶି ଜଙ୍ଗଲ ନାହିଁ, ସଠିକ୍ ସମୟରେ ବର୍ଷା ନାହିଁ, ·ଷବାଡ଼ି କାର୍ଯ୍ୟ ବ୍ୟାହାତ, ଯେଉଁଆଡ଼େ ·ହିଁଲେ ସିଆଡ଼େ କୋଠାବାଡ଼ି, ଘରଦ୍ୱାରା, ଖଣିଖାଦାନ, କଳକାରଖାନା, ପକ୍କାରାସ୍ତା, ମାତ୍ରାଧିକ ଯାନବାହାନ, ପ୍ରଦ୍ୟୁଷଣ, ବିପରୀତ ଜଳାବାୟୁ ପରିବର୍ତ୍ତନ, ଧୂଆଁ ଧୂଳିରେ ଜର୍ଜରୀତ ବାୟୁମଣ୍ଡଳ । ଏଗୁଡ଼ିକ ସମସ୍ୟା ହେତୁ ଅନୁକୂଳ ପରିବେଶର ଉପଲବ୍ଧତା ନଥିବାରୁ ଉଭୟ ପ୍ରାଣୀ ଓ ଅନେକ ପ୍ରଜାତିର ପକ୍ଷୀ ବିଲୁପ୍ତ ହୋଇଗଲେଣି । ଏଥିଯୋଗୁଁ ଜଳ, ଜଙ୍ଗଲ ଓ ଜମିର ସନ୍ତୁଳନ ବ୍ୟାହତ ହୋଇଛି । ଯାହାଫଳରେ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ସବୁଜ ସ୍ଥାନ ହ୍ରାସ ପାଇଛି, ସହର ଠାରୁ ଗାଁ ପର୍ଯ୍ୟନ୍ତ ପାଣି ନାହିଁ, ପଶୁପକ୍ଷୀମାନେ ବିଷାକ୍ତ ପାଣି ପିଇ ମରୁଛନ୍ତି । ପ୍ରାକୃତିକ ବାସସ୍ଥାନର ଦ୍ରୁତ ସଙ୍କୋଚନ ହେଉଛି ପଶୁ ଓ ପକ୍ଷୀଙ୍କ ବଂଶ ଲୋପ ପାଇବାର ଏହା ଏକ ପ୍ରମୁଖ କାରଣ । ଏପରି ସମସ୍ୟା ଯୋଗୁଁ ବିଭିନ୍ନ ପଶୁପକ୍ଷୀମାନଙ୍କର ଅସ୍ତିତ୍ୱ ମଧ୍ୟ ବିପଦମୁଖୀ । ସହରୀକରଣ, ଶିଳ୍ପାୟନ ଓ ଖଣିଖାଦାନ ପାଇଁ ବୃକ୍ଷରୋପଣ କ୍ରମାଗତଭାବେ ହ୍ରାସ ପାଇଛି । ଜଙ୍ଗଲ ନଷ୍ଟ ହେବା ଫଳରେ ତାପମାତ୍ରା ଓ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଘୋର ଜଳସଙ୍କଟର ଦେଖାଯାଉଛି । ଜଳୀୟ ପକ୍ଷୀମାନେ ମଧ୍ୟ ଜଳରେ ଭାସିବାର ଆଉ ଦୃଶ୍ୟମାନ ହେଉ ନାହିଁ । ସେମାନେ ଏବେ ଆଉ ସୁରକ୍ଷିତ ନୁହଁ । ପୂର୍ବରୁ ଶାଗୁଣା, ଚିଲ, ଶଙ୍ଖଚିଲ, ଏଗୁଡ଼ିକୁ ଦେଖିବାକୁ ମିଳୁଥିଲା ଯାହା ଏବେ ଏମାନଙ୍କୁ ଦେଖିବା ସ୍ୱପ୍ନ । ସେହିଭଳି ଜଙ୍ଗଲ ନଷ୍ଟ ହେବା ଫଳରେ ବାଘ, ସିଂହ, ହାତୀ, ମୟୁର, ହରିଣ, ର୍ମିଗ, କୁଟୁରା, ଶମ୍ବର, ଠେକୁଆ, ଶିଆଳ ଇତ୍ୟାଦି ବନ୍ୟଜନ୍ତୁଙ୍କ ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ପଶୁପକ୍ଷୀ ଶୀକାର କରାଯାଇ ବେଆଇନ ଭାବେ କାରବାର ହେଉଛି । ବିଭିନ୍ନ ଗ୍ରାମ ଗୁଡ଼ିକରେ ପଶୁପକ୍ଷୀ ଶୀକାରୀମାନେ ବିଦୁ୍ୟତ୍ ଫାଶ ବସାଇ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଉଛନ୍ତି । ଏପରି ଅନେକ ସମସ୍ୟାକୁ ନେଇ ଆଜି ପଶୁପକ୍ଷୀଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ସରକାରୀ ସ୍ତରରେ ବୃକ୍ଷ ରୋପଣ ଏକ କାଗଜ କଲମ କାର୍ଯ୍ୟକ୍ରମରେ ସୀମିତ ରହୁଥିବାରୁ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟ ଜୀବଜନ୍ତୁଙ୍କ ବଂଶ ଲୋପପାଇବାକୁ ବସିଲାଣି । ଯଦି ବୃକ୍ଷରୋପଣ କରାଯାଇ ଜଙ୍ଗଲ ସବୁଜବନାନୀ ସୃଷ୍ଟି କରାଯାଇ ପାରନ୍ତା ତେବେ ଜଳବାୟୁ ସୁରକ୍ଷରିତ ରହିବା ସହ ପଶୁପକ୍ଷୀମାନେ ମଧ୍ୟ ସୁରକ୍ଷିତ ରହିପାରନ୍ତେ । ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇପାରନ୍ତା ଓ ଗାଁର ଲୋକମାନେ ନିଜର କୌଳିକ ବୃତ୍ତିକୁ ଆଦର ସହ ଗ୍ରହଣ କରନ୍ତେ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରି କହିଛନ୍ତି ।