ବିର୍ସା ମୁଣ୍ଡାଙ୍କ ପୂଣ୍ୟତିଥି ପାଳିତ

 ରେମୁଣା  : ରେମୁଣା  ନିର୍ବାଚନ ମଣ୍ଡଳୀର ବାମପଦା ଆଶ୍ରମ ଠାରେ ବିର୍ସା ମୁଣ୍ଡାଙ୍କ ୧୧୫ତମ ପୁଣ୍ୟତିଥି ପାଳିତ ହୋଇଯାଇଛି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ବିପିନ ମାରାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ଉମାକାନ୍ତ ଜେନା, ପଞ୍ଚାୟତ ସଭାପତି ଗଣେଶ୍ୱର ନାୟକ, ବରିଷ୍ଠ କାର୍ଯ୍ୟକର୍ତ୍ତା କମଳ ଲୋଚନ ପ୍ରଧାନ, ସାକମ୍ବରୀ ସିଂ, ରବିତା ଦାସ ପ୍ରମୁଖ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଜିବନୀ ସମ୍ବନ୍ଧରେ ଆଲୋଚନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ସମାୟ ଟୁଡୁ, କୁନାରାମ ସୋରେନ, ବଳିଆ ମାଝୀ, ଗଣେଶ ମାରାଣ୍ଡି, ମଧୁସ୍ମିତା ମୁର୍ମୁ, ସମ୍ରାୟ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବାମପଦା ଆଶ୍ରମରେ ଥିବା ୨୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।