ରାଜକିଶୋରଙ୍କୁ ସମ୍ବର୍ଦ୍ଧନା

 ଧର୍ମଶାଳା: ଥାନୁଆଳ ପଞ୍ଚାୟତର ମୁରାରିପୁର ଗୋପାଳଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ କେନ୍ଦ୍ର ବାଲ୍ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତି୍ୟକ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କଥା ପତ୍ରିକାର ସମ୍ପାଦକ ତଥା କଥାଶିଳ୍ପୀ ଡ଼କ୍ଟର ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ସାହିତ୍ୟ ଓ ଆଦର୍ଶ ଶିକ୍ଷକତାର ମୌଳିକ ଦିଗ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପାଢ଼ୀ ଜଣେ ଆଦର୍ଶ ଶିକ୍ଷକ ଓ ଜଣେ ସୁ-ସାହିତି୍ୟକ ବୋଲି ଅଭିହିତ କରିଥିଲେ । ଫକିର ମୋହନ ସେନାପତି ମହାବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼କ୍ଟର କୁମରବର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟ ଆମ୍ଭ ମାନଙ୍କୁ ଅମଡ଼ା ବାଟରେ ଚାଲିବାକୁ ପ୍ରେରଣା ଦେଇଥାଏ, ନିର୍ଦ୍ଧିଷ୍ଟ ଗୁଳାରୁ ବ୍ୟତିକ୍ରମ ହିଁ ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା କବି ଡ଼କ୍ଟର ରବୀନ୍ଦ୍ର ବିହାରୀ ଓ ଅବସରପ୍ରାପ୍ତ ଅଧ୍ୟାପକ ଉମେଶ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ଶ୍ରୀ ପାଢ଼ୀଙ୍କୁ  ସମ୍ବର୍ଦ୍ଧିତ କରିଥିଲେ । ଯୁବ ସଙ୍ଗଠକ ପ୍ରସନ୍ନ ରାଉତ ଅତିଥି ପରିଚୟ ଦେଇଥିଲେ । ଶିକ୍ଷକ ନାରାୟଣ ନନ୍ଦ,ଅକ୍ଷୟ କୁମାର ତ୍ରିପାଠୀ, କୁଳମଣି ଦାସ,ସ୍କୁଲ କମିଟି ସଂପାଦକ ପୁରୁଷୋତ୍ତମ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।