ପୁଲିସର ଦାଦାଗିରି; ଛାତ୍ର ନେତାଙ୍କୁ ଧମକ ଅଭିଯୋଗ 

ଜେଆଇଟିପିଏଲ୍ ଡେରେଙ୍ଗର ଦାଦାଗିରି ବନ୍ଦ କରିବାକୁ କଣିହାଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନେ୍ଦାଳନ ଚେତାବନୀ ଦେବା ପରେ ପୁଲିସ୍ କଣିହାଁ ମହାବିଦ୍ୟାଳୟକୁ ବାରମ୍ବାର ଯାଇ ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ କରାଇ ଅନେ୍ଦାଳନକୁ ଭଣ୍ଡୁରୁ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଆନେ୍ଦାଳନ କଲେ ୬ ମାସ ଜେଲ୍ ପଠାଇ ଦେବାକୁ କୁଆଡେ କହି ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ କରାଇଥିବା ଅଭିଯୋଗ ହୋଇଥିବାବେଳେ କଲେଜ ବାହାରୁ ଆସି କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କ ଦ୍ୱାରା ଭୟଭୀତ କରାଯାଇଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ବହୁ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ କଲେଜରୁ ପଳାୟନ କରିଥିବା ଅଭିଯୋଗ ହେଉଛି ।  ରିପୋର୍ଟ ନେବାରେ ଜଣାଯାଇଛି ଯେ, ଜେଆଇଟିପିଏଲ କର୍ତ୍ତୃପକ୍ଷ ସର୍ବସାଧାରଣ ନିମନ୍ତେ ଉର୍ଦ୍ଧିଷ୍ଟ ରାସ୍ତା ଉପରେ କୋଇଲା ଗାଡି ପରିବହନ କରାଯାଉଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଯାତାୟାତ କରିବାରେ ବହୁତ ଅସୁବିଧା ହେଉଛି । କୋଇଲା ପରିବହନ ଯୋଗୁଁ ରାସ୍ତା ଉପରେ କୋଇଲା ଗୁଣ୍ଡ ଯୋଗୁଁ ରାସ୍ତା ସଂକୀର୍ଣ୍ଣ କାଦୁଅ ହେଇ ଥିବା ସମୟରେ ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ଯାଉଥିବା ବେଳେ ସାଇକଲ ସ୍ଲ୍ଲିପ କରିବା ଯୋଗୁଁ  ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟୁଛି । ତେଣୁ ସର୍ବସାଧାରଣ ରାସ୍ତା ଉପରେ ଦିନରେ କୋଇଲା ପରିବହନ ବନ୍ଦ କରିବାକୁ ଦାବି ନେଇ ଛାତ୍ରଛାତ୍ରୀମାନେ ୨୫/୧୧/୨୦୨୪ରୁ ତହସିଲଦାର କଣିହାଁ, ବିଡିଓ କଣିହାଁ, କଣିହାଁ ଥାନା, ମୁଖ୍ୟମନ୍ତ୍ରୀ ଙ୍କ ସହିତ ଓଡ଼ିଶା ମାନବାଧିକାର କମିଶନ ଓ ଜିଲ୍ଲା ପାଳ ଅନୁଗୋଳଙ୍କୁ ଅଭିଯୋଗ କରି ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥଲେ । ୭ ଦିନ ମଧ୍ୟରେ ସର୍ବସାଧାରଣ ନିମନ୍ତେ ଉର୍ଦ୍ଧିଷ୍ଟ ରାସ୍ତା ଉପରୁ ଜେଆଇଟିପିଏଲର କୋଇଲା ପରିବହନ ବନ୍ଦ ନ କଲେ ବାଧ୍ୟ ହୋଇ ଆମ୍ଭେ ଛାତ୍ରଛାତ୍ରୀମାନେ ଆନେ୍ଦାଳନ କରିବୁ ବୋଲି ଲିଖିତ ଭାବେ ଜଣାଇ ଥିଲେ । ତେବେ ୭ ଦିନ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଜନା ନ କରିବାକୁ ଆନେ୍ଦାଳନ କରିବା ପାଇଁ ଛାତ୍ରଛାତ୍ରୀମାନେ ଯୋଜନା କରୁଥିବା ବେଳେ ପୋଲିସ ଓ ଗୁଣ୍ଡାମାନେ ଆସି କୁଆଡ଼େ ଛାତ୍ର ଛାତ୍ରୀମାନଙ୍କୁ ଭୟଭୀତ କରାଇ ଥିବାବେଳେ ଆଗାମୀ ଦିନରେ କି ପ୍ରକାର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ତାହା ସମୟ ହିଁ କହିବ ବୋଲି କୁହାଯାଉଛି । ତେବେ ପୋଲିସ୍ ଓ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ଭୟଭୀତନ କରାଇ ସମାଧାନ ପାଇଁ ଚେଷ୍ଟା ନ କରି ଏଭଳି କରିବାର ଆବଶ୍ୟକତା କ’ଣ ବୋଲି ସଧାରଣ ରେ କୁହାଯାଉଛି । ତେବେ ଏହା ଉପରେ ପୋଲିସ୍ ପ୍ରଶାସନର ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ । ଏହା ଉପରେ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।