ନାଚମଣ୍ଡପରେ ବୀଭତ୍ସ ଦୃଶ୍ୟ ଘଟଣା:  ସାପ ଖେଳାଳିଙ୍କୁ ଗିରଫ କଲା ବନବିଭାଗ 

 ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ୨୪ ତାରିଖରେ କାଞ୍ଜିଅଁଳା ଯାତ୍ରା ଶୁଭାରମ୍ଭ ହୋଇଥିଲା । ଯାତ୍ରାରେ ଚାଲିଥିବା ରାମାୟଣ ନାଟକରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନାଟକ ମଞ୍ଚରେ ବାଳି ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାର ଦ୍ୱୟ ସାପ ଖେଳାଇବା ଘଟଣା ଦେଖିବାକୁ ମିଳିଥିଲା । ସଂପୃକ୍ତ ଘଟଣାରେ ବ୍ରହ୍ମପୁର ବନ ବିଭାଗ ସାପ ଖେଳାଳି ଗିରଫ କରିଛି  । ଗିରଫ ଜଣକ ହେଲେ ମିଥୁନ ସେଠୀ  । ସେ  ନାଟକ ମଞ୍ଚରେ ସାପ ଖେଳାନ୍ତି । ସୂଚନାଯୋଗ୍ୟ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାଳବ ଗ୍ରାମର ତଳସାହିରେ ଚିକିଲି ଦଳ ପକ୍ଷରୁ ରାମାୟଣ ନାଟକ ପରିବେଷଣ କରାଯାଇଥିଲା  । ତେବେ ଯାତ୍ରା ଦଳ ମଧ୍ୟରେ ପ୍ରତିଯୋଗିତାରୁ ଦେଖିବାକୁ ମିଳିଥିଲା ବିଭସô ଦୃଶ୍ୟ  । ଅସୁର ଭୂମିକାରେ ଅଭିନୟ କରୁଥିବା କିଛି କଳାକାର ଏକ ଜୀଅନ୍ତା ଘୁଷୁରୀକୁ ବାନ୍ଧି ଝୁଣି ଝୁଣି ମାଂସ ଭକ୍ଷଣ କରୁଥିବା ନେଇ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ହଜାର ହଜାର ଦର୍ଶକଙ୍କ ଆଗରେ ସାପ ଖେଳାଳି ମିଥୁନ ବିଷଧର ସାପକୁ ନାଟ ମଞ୍ଚରେ ଖେଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସଂପୃକ୍ତ ଘଟଣାକୁ କିଛି ଦର୍ଶକ ଏହାକୁ ମନଭରି ଉପଭୋଗ କରି ତାଳି ମାରି ଅଧିକ ଉସôାହିତ କରୁଥିବା ବେଳେ ଆଉ କିଛି ଦର୍ଶକଙ୍କ ମନରେ ଭୟ ସଞ୍ଚାର ହୋଇଥିଲା  । ତଥାପି କେହି ଏହାର ବିରୋଧ କରିନଥିଲେ  । ନା ଯାତ୍ରା କମିଟି, ନା ଗାଁ କମିଟି ନା ଦର୍ଶକ  । ଅନୁରୂପ ଭାବେ ବାଳୀ ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାର ଦ୍ୱୟ ବିଷଧର ସାପକୁ ନାଟ ମଞ୍ଚରେ ଖେଳାଉଥିବା ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି  । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ବିଭସô ଦୃଶ୍ୟ ପଦର୍ଶନ କରୁଥିବା କଳାକାର ଓ ଯାତ୍ରା କମିଟିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିଲା । ଯାହାକୁ ନେଇ ପୁଲିସ ଓ ବନ ବିଭାଗ ତୁରନ୍ତ କାର୍ଯ୍ୟନୁଷ୍ଠାନ କରିଥିଲା । ପୂର୍ବରୁ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା କଳାକାର  ବିମ୍ବାଧର ଗୌଡ଼ଙ୍କୁ ହିଞ୍ଜିଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଓ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ନାଟ୍ୟ ପରିଚାଳକ ଖଲ୍ଲିକୋଟ ଥାନା ଚିକିଲି ଗ୍ରାମର ନାରାୟଣ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।