ମୁକୁଳା ଟ୍ରାନ୍ସଫର୍ମର,ନିଦ୍ରାରେ ବିଭାଗ
ବୁଗୁଡ଼ା : ଖୋଲାମେଲାରେ ପଡି ରହିଛି ବିଦୁ୍ୟତ ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମରଟି ଲଟାବୁଦାରେ ପରିପୂର୍ଣ୍ଣ ଥିବା ବେଳେ, ହାତ ଠାରି ଡାକୁଛି ବିପଦକୁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ଏନଏସିର ପରିବା ବଜାର ନିକଟ ବାଲିପିଣ୍ଡି ସାହି ରାସ୍ତା କଡରେ । ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ଗଛରେ ବିଦୁ୍ୟତ ପ୍ରବାହ ହେଉଛି । ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ସତ୍ତ୍ୱେ ସ୍ଥାନୀୟ ବିଦ୍ୟୁତ ବିଭାଗ ଚେଇଁ ଶୋଇଥିବା ପରି ମନେ ହେଉଛି । ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ କରୁଥିବା ବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ସେନେଇ ଲୋକେ ଆଶଙ୍କାରେ ରହୁଛନ୍ତି । ଗତ ୨୭ ତାରିଖ ରାତିରେ ହଳେ ଗାଈ ଓ ଷଣ୍ଡ ସେହି ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ନିକଟକୁ ଚାଲି ଯାଇଥିଲେ । ଏ ନେଇ ବିଦ୍ୟୁତ ବିଭାଗକୁ ଖବର ଦିଆଯିବା ପରେ ସଙ୍ଗେ ସଙ୍ଗେ ବିଦୁ୍ୟତ କାଟ ହୋଇଥିଲା ଏବଂ ବିଦୁ୍ୟତ୍ କର୍ମଚାରୀ ସେଠାରେ ପହଞ୍ଚି ଗାଈ ଓ ଷଣ୍ଡକୁ ସେଠାରୁ ଉଦ୍ଧାର କରିଥିଲେ । ବିଦ୍ୟୁତ୍ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଏହି ମୁକୁଳା ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି ।