ହ୍ୟାଣ୍ଡଲୁମ ଏକ୍ସପୋ ଉଦ୍ଘାଟିତ 

ାା ପ୍ରଭାନୁ୍ୟଜ ।ା ବାରିପଦା/ସାରସକଣା: ବାରିପଦା ଛଉ ପଡିଆ ଠାରେ ହ୍ୟାଣ୍ଡଲୁମ ଏକ୍ସପୋ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ଯୁବନେତା ତଥା ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏଥିସହିତ ଗୋଟିଏ ସ୍ଥାନରେ ଭାରତର ବିଭିନ୍ନ ରାଜ୍ୟର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଥିବାରୁ ଆୟୋଜକ ସଂସ୍ଥାକୁ ସାଧୁବାଦ ଜଣାଇଥିଲେ । ଏହି ପ୍ରଦର୍ଶନୀରେ ୧୮ଟି ରାଜ୍ୟରୁ ୫୦ଟି ଷ୍ଟଲ ଖୋଲାଯାଇଛି । ପ୍ରଦର୍ଶନୀରେ ବନାରସୀ କଟନ ଶାଢ଼ୀ, ବଙ୍ଗାଳୀ ଶାଢ଼ୀ, ଲକ୍ଷ୍ନୌର ଚିକେନବର୍କ କୁର୍ତ୍ତି ଏବଂ ଶାଢ଼ୀ, କାଶ୍ମୀର ଶାଢ଼ୀ ଏବଂ ଶାଲ, ମହିଳାମାନଙ୍କର କୁର୍ତ୍ତି, କାଶ୍ମୀର କୁର୍ତ୍ତି, ନାଇଟି, ରାଜସ୍ଥାନୀ ପ୍ରିଣ୍ଟେଡ ବେଡସିଟ ଏବଂ ବେଡ୍କଭର, ଉତ୍ତର ପ୍ରଦେଶର ବେଡସିଟ, ତକିଆ ଖୋଳ, ଖସଡା ବେଡସିଟ, ଶୋଫା ଓ ଟେବୁଲ କଭର, ପଞ୍ଜାବୀ କୁର୍ତ୍ତି ସହିତ କୃତ୍ରିମ ଜୁଏଲାରୀ ଏବଂ ଆହୁରି ଅନେକ ସୌଖିନ ସାମଗ୍ରୀ ପ୍ରଦର୍ଶନୀରେ ମିଳୁଥିବାରୁ ଗ୍ରାହକମାନଙ୍କର ଭିଡ଼ ଲାଗିଛି । ଏହି ପ୍ରଦର୍ଶନୀ ଆଗାମୀ ନଭେମ୍ବର ୧୭ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଦିବା ୧୧ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି । ଅତିଥିମାନେ ପ୍ରଦର୍ଶନୀ ବୁଲି ଦେଖିଥିବାବେଳେ ଅନୁଷ୍ଠାନର ମାନେଜର ଅଭିଷେକ ମିଶ୍ର, ଅବିନାଶ ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।