ଗୋ ସୁରକ୍ଷା ପାଇଁ ଶକ୍ତିଙ୍କ ପଦଯାତ୍ରା

 ଯାଜପୁର: ଗୋମାତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ କଡା ଆଇନ ପ୍ରଣୟନ କରିବା ପାଇଁ ରାଜସ୍ଥାନର ରାଜ ଧାମର ଭିଲୱାରା ଜିଲ୍ଲାର ଆରଜିଆ ଗାଁର ବାସିନ୍ଦା ନାରାୟଣ ସିଂଙ୍କ ପୁତ୍ର ଶକ୍ତି ସିଂ ରାଣାଉତଙ୍କ ଦ୍ୱାରାଚାରି ଧାମ ୧୨ଜ୍ୟୋତିର୍ଲିଙ୍ଗ୍ ଭାରତ ଦର୍ଶନ କରିବାର ଲକ୍ଷ୍ୟ ରହିଛି । ଯାଜପୁର ଜିଲାରେ ପହଞ୍ଚôବା ପରେ ଧର୍ମଶାଳା ବ୍ଲକ୍ ଜାରକା ବଜାର ନିକଟରେ ଥିବା ଗୋଶାଳାରେ ୨ଦିନ ଧରି ବିଶ୍ରାମ ନେଇଥିଲେ । ଗୋଶାଳାରେ ଏକ ବୃଷ ବରାଜଙ୍କ ମୃତୁ୍ୟ ବରଣ କଲାପରେ ଅନ୍ତିମ କାର୍ଯ୍ୟରେ ସାମିଲ୍ ହୋଇ ବ୍ରାହ୍ମଣୀନଦୀ ପଠାରେ ପୂଜା ଅର୍ଚ୍ଚନା କରି ଶେଷକୃତ୍ୟ ସମାପନ କରିଥିଲେ । ଗସ୍ତ ସମୟରେ ସିଂ କହିଛନ୍ତି ଯେ, ଗୋମାତାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ପ୍ରାୟ ୧୬ରୁ ୧୭ହଜାର କିଲୋମିଟର ପର୍ଯ୍ୟନ୍ତ ଚାରି ଧାମ ୧୨ଜ୍ୟୋତିର୍ଲିଙ୍ଗା ଯାତ୍ରା କରିବେ । ଯାତ୍ରା ପ୍ରାୟ ଅଢେଇରୁ ତିନି ବର୍ଷ ଲାଗିବ ବୋଲି ଆକଳନ କରିଥିଲେ । ସେ କହିଛନ୍ତି ଯେ, ସାରା ଭାରତରେ ଗୋମାତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସରକାରଙ୍କ କଠୋର ଆଇନ ପ୍ରଣୟନ କରିବାକୁ ଦାବି ଅନୁଯାୟୀ ସେ ଏହି ଯାତ୍ରା କରୁଛନ୍ତି । ଏବେ ସୁଦ୍ଧା ୭ ହଜାର କିଲୋମିଟର ପଦଯାତ୍ରା କରିସାରିଲେଣି । ପ୍ରଥମେ ଆର୍ଜିଆରୁ ଯାତ୍ରା ଆରମ୍ଭ କରି ପୁଷ୍କର ଖଟୁସିୟମ, ବ୍ରିଜଭୁମି ନନ୍ଦନ, ଗୋକୁଲ, ମଥୁରା, ଶ୍ରୀମନ୍ଦିର, ଗୋବର୍ଦ୍ଧନ ପାର୍ବତ, ହରିଦ୍ୱାର, ପ କେଦାର, ପଞ୍ଚ ପ୍ରୟାଗ, ପଞ୍ଚ ବଦ୍ରି, କାଞ୍ଚôଧାମ, ନେପାଳର ମୁକତିନାଥ ପ୍ରଚାର ପ୍ରସାର କରିବା ସହିତ ପରିଦର୍ଶନ କରିବେ । ଏପର୍ଯ୍ୟନ୍ତ ଜନକପୁର, ଗୋରଖପୁର, ଅଯୋଧ୍ୟା ଏବଂ କାଶୀ ପରିଦର୍ଶନ କରିଛନ୍ତି । ଶ୍ରୀଜଗନ୍ନାଥ ଧାମ ପୁରୀ ପରିଦର୍ଶନ କରିବେ ।