ଶ୍ରମିକଙ୍କୁ ଚାପିଦେଲା ଟ୍ରକ୍,ଲୋକଙ୍କ ଧାରଣା

 ଜଟଣୀ: ଜଟଣୀ କୁଶମାଟି ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ÿ(ଆଇଓସିଏଲ) ପକ୍ଷରୁ ହେଉଥିବା ଡିପୋ ପରିସରରେ ପରି·ଳନା ଗତ ତ୍ରୁଟି ଯୋଗୁଁ ବାରମ୍ବାର ଅବହେଳାରୁ ଅନେକ୍ ସମୟରେ ଦୁର୍ଘଟଣା ଓ ଧନଜୀବନ ନଷ୍ଟ ହେଉଥିବା ସତ୍ତ୍ୱେ ଏଠାରେ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କ ଦାୟିତ୍ୱହୀନତା ହାଟରେ ପଡି ଦାଣ୍ଡରେ ଗଡୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରି ଦାୟିତ୍ୱହୀନତା ଯୋଗୁଁ ସୋମବାର ସକାଳୁ ସକାଳୁ ସ୍ଥାନୀୟ କୁଶମାଟି ଗ୍ରାମର ବିପିନ ବିହାରୀ ପରିଡା (୪୦) ନାମକ ଜଣେ ଶ୍ରମିକଙ୍କ ପ୍ରାଣବାୟୁ ଟ୍ରକ୍ ଚକା ·ପାରେ ·ଲିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ରାତି ଡ୍ୟୁଟି କରୁଥିଲେ, ସକାଳୁ ଡ୍ୟୁଟି ସରିବା ବେଳକୁ ପାଣି ଆଣିବାକୁ ସେହି ଡିପୋ ମଧ୍ୟରେ ଯାଉଥିବା ବେଳେ ଉକ୍ତ ସମୟରେ ଓଡ଼ି ୦୨ଏବି ୧୬୨୩ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ ଭିତରକୁ ପ୍ରବେଶ କରି ଆଗ ପଛ ହେଉଥିବା ବେଳେ ଦୁର୍ଭାଗ୍ୟ ବଶତଃ ବିପିନଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାକୁ କୌଣସି ସୁବିଧା ଉପଲବ୍ଧ ନଥିବାରୁ ଜଣେ ସମ୍ପର୍କିୟଙ୍କ ଗାଡିରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କ୍ଷତି ପୂରଣ ବାବଦରେ ପରିବାର ଲୋକଙ୍କ ସହ ସାଂସଦ ପ୍ରାର୍ଥୀ ହୋଇଥିବା କ୍ୟାପଟେନ ମନ୍ମଥ ରାଉତରାୟ, ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ, ସରପଞ୍ଚ ସୁାସିନୀ ବିଶ୍ୱାଳ, ନାଏବ ସରପଞ୍ଚ ବାସନ୍ତୀ ସାହୁ, ସମିତି ସଭ୍ୟ ସତ୍ୟଭାମା ରାଉତରାୟଙ୍କ ସମେତ ବହୁ ଅଞ୍ଚଳ ବାସୀ ଡିପୋ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବସିଥିବା ଦେଖିବାକୁ ମିଳିଥିଲା । ତେବେ ଡିପୋର ମ୍ୟାନେଜରଙ୍କ ଦୀର୍ଘ ଘଣ୍ଟା ଧରି ଦେଖିବାକୁ ନମିଳିବାରୁ ଲୋକମାନଙ୍କ ମଧ୍ୟରେ ତିକ୍ତତା ପ୍ରକାଶ ପାଇଥିଲା । ଘଟଣା ବାବଦରେ ଅବଗତ ହେବା ପରେ ପୁଲିସ ଡିପୋସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିଥିଲେ । ତେବେ ଅନ୍ୟ ଏକ ଅର୍ଥରେ ଭାରତ ସରକାରଙ୍କ ଏତେବଡ଼ ସଂସ୍ଥାରେ ଶ୍ରମିକ ତଥା ଶହଶହ ସଂଖ୍ୟାରେ ଏଠାକୁ ଆସୁଥିବା ଟ୍ରକ୍ ·ଳକ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା, ଆମ୍ବୁଲାନ୍ସ ଗାଡିର ସୁବିଧା ଆଦି ନାହିଁ । ଶ୍ରମିକ ସଂଗଠନ ନାମରେ ଡରାଇ ଧମକାଇ ବଟି ଆଦାୟ, ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ରୀତିମତ ଭାବେ ଟ୍ରକ୍ ମାନଙ୍କରୁ ବିଭିନ୍ନ ଉପାୟରେ ତେଲ ଚୋରି ହେଉଥିବା ବହୁ ଅଞ୍ଚଳବାସୀ କହିଛନ୍ତି ।