ବାଣୀକଲ୍ୟାଣଙ୍କ ଜୋରଦାର ପ୍ରଚାର
ତିହିଡି: ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ତିହିଡି ସଦର ବଜାରରେ ନିଜର ନିର୍ବାଚନୀ ପ୍ରଚାର କରିବା ସହିତ ମୁକୁନ୍ଦପୁର ପଞ୍ଚାୟତରେ ଏକ ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିଛନ୍ତି । ଶ୍ରୀ ମହାନ୍ତି ତିହିଡି ବଜାର ବିଜେପି କାର୍ର୍ଯ୍ୟାଳୟ ଠାରୁ ଶତାଧିକ କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ବ୍ଲକ ଛକ ଯାଏ ଯାଇଥିଲେ । ଏହି ଅବସରରେ ସେ ବଜାରର ଦୁଇ ପାଶ୍ୱର୍ରେ ଥିବା ଦୋକାନୀ ଭାଇ ତଥା ସ୍ଥାୟୀ ଭାବେ ବସବାସ କରୁଥିବା ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । ବିଜେପିର ବରିଷ୍ଠ ନେତା ରଘୁନାଥ ପାତ୍ର, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ କୁମାର ବଳ, ଯୁବନେତା ସୀତାକାନ୍ତ ନାୟକ, ପ୍ରତାପ ଜେନା, ଦେବବ୍ରତ ପାଢୀ, କେଶବ ବେହେରା, ପ୍ରଦୀପ ଜେନା, ଅମୂଲ୍ୟ ସେନାପତି, ଦେବେନ୍ଦ୍ର ପଣ୍ଡା, ନିର୍ମଳ ବେହେରା ଓ ମାନସ ପୁହାଣ ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ସାମିଲ ଥିଲେ । ସେହିପରି ମୁକୁନ୍ଦପୁର ପଞ୍ଚାୟତରେ ଅନୁଷ୍ଠିତ ବାଇକ ଶୋଭାଯାତ୍ରା ଲିଙ୍ଗାଡି ମହାଦେବ ମନ୍ଦିର ନିକଟରୁ ବାହାରି ବିଭିନ୍ନ ଗାଁ ପରିକ୍ରମା କରିବା ସହ ଆରସା ମହାଦେବ ମନ୍ଦିର ନିକଟରେ ଶେଷ ହୋଇଥିଲା । ଉମାକାନ୍ତ ଦାସ, ସଞ୍ଜୟ ମହାଳିକ, ସୁବାସ ମହଲା, କେଶବ କୁଣ୍ଡ, ତପନ ମହାଳିକ, ମଧୁସୂଦନ ନାୟକ, ମଙ୍ଗରାଜ ନାୟକ, ସନ୍ତୋଷ ମହଲ, ଲକ୍ଷ୍ମୀକାନ୍ତ ଦାସ, ମୃତୁ୍ୟଞ୍ଜୟ ମହାରଣା, ସୌନ୍ଦର୍ଯ୍ୟ ଦତ୍ତ ଓ ଦେବେନ୍ଦ୍ର ବେହେରା ପ୍ରମୁଖ ଏହି ବାଇକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।