ଦୁର୍ଘଟଣା: ଆରୋହୀ ଗୁରୁତର

 ନୀଳଗିରି : ନୀଳଗିରି ବ୍ଳକ ଜାମୁଡିହା ପଞ୍ଚାୟତର ବଡ଼ବିଲ ଗ୍ରାମ ଶ୍ରୀନିବାସ ରାଉଳଙ୍କ ପୁଅ ନୀଲକମଲ ରାଉଳ (୩୨), ଆଜି ରାତି ପ୍ରାୟ ୮ ଘଟିକା ସମୟରେ କୌଣସି କାର୍ଯ୍ୟ ସାରି ସ୍କୁଟି ବାଇକ ଯୋଗେ ନୀଳଗିରି ଅଭିମୁଖେ ଫେରୁଥିବା ସମୟରେ ଗୋପୀନାଥପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର ହେଉଥିବା ଗରୁ ସହିତ ଧକ୍କା ହୋଇ  ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ  । ଏଥିରେ ତାଙ୍କର ମୁହଁ, ଗାଲ, ଆଖିପତାରେ ଘଭୀର ଆଘାତ ଲାଗି ପ୍ରବଳ ରକ୍ତ ଶ୍ରାବ ହୋଇ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ  । ସ୍ଥାନୀୟ ଦମକଳ ଗାଡ଼ି ସହାୟତାରେ ନୀଳଗିରି ମେଡିକାଲରେ ଆସୁଚିକିସôା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଛି  । ନୀଳଗିରି ପୁଲିସ ଘଟଣା ସ୍ଥଳକୁ ଯାଇ ଗାଡ଼ି ଜବତ କରିବା ସହିତ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି  ।