ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଉଦ୍ବୋଧନୀ ସମାରୋହ
ନୀଳଗିରି: ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଓଡ଼ିଶା ବାଲେଶ୍ୱର ଜିଲ୍ଲା ପକ୍ଷରୁ ଉଦ୍ବୋଧନୀ ସମାରୋହ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସାହୁ, ଗୃହବିଜ୍ଞାନର ବରିଷ୍ଠ ଅଧ୍ୟାପିକା ମମତା ବରାଳ, ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପିକା ମଣିମାଳା ବିଶ୍ୱାଳ, ରାଜନୀତି ବିଭାଗର ଅଧ୍ୟାପିକା ମୌସୁମୀ ଭୋଳ ଯୋଗଦାନ କରିଥିବାବେଳେ ବକ୍ତା ଭାବରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ ବାଲେଶ୍ୱର ଜିଲ୍ଲାର ସହ ସମ୍ପାଦକ ଓ ଆଜୀବନ ସଦସ୍ୟ ହରେକୃଷ୍ଣ ଗିରି ଯୋଗଦାନ କରିଥିଲେ । ପ୍ରାରମ୍ଭରେ ବିବେକବାଣୀ ପଠନ ପୂର୍ବକ ମଞ୍ଚ ଆହ୍ୱାନ କରିଥିଲେ ଅଧ୍ୟାପକ ଡ.ପ୍ରଦୀପ୍ତ କୁମାର ମିଶ୍ର । ଛାତ୍ରୀମାନଙ୍କ ମଧ୍ୟରେ ଲିଜାଶ୍ରୀ ସାହୁ ବିବେକାନନ୍ଦଙ୍କ ଜୀବନୀ ଉପରେ ଏକ ପ୍ରବନ୍ଧ ପାଠ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଅଧ୍ୟାପିକା ମୌସୁମୀ ଭୋଳ ଧନ୍ୟବାଦ ଦେଇଥିବାବେଳେ ଛାତ୍ରୀମାନଙ୍କ ଦ୍ୱାରା ବନେ୍ଦ ମାତରମ୍ ଗାନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦାନ କରିଥିବାବେଳେ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।