ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ କମିଟିର ବୈଠକ

ାା ପ୍ରଭାନୁ୍ୟଜ୍ାା ନୀଳଗିରି: ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ କମିଟି ପକ୍ଷରୁ ଚଳିତ ବର୍ଷର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଦୀପକ ରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜ୍ୟୋର୍ତିମୟ ରାଉତ୍, କମଳାକାନ୍ତ ମହାନ୍ତି, ସୌମ୍ୟରଞ୍ଜନ ଜେନ, ବିଶ୍ୱନାଥ ଜେନ, ପୂର୍ଣ୍ଣଚନ୍ଦ୍ର ବେହେରା, ବିକାଶ କୁମାର ବେହେରା, ଜୟନ୍ତ କୁମାର ବେହେରା, ମଧୁ ମାଧବ ଜେନ, ରାଧା ମାଧବ ଜେନ, ତୁଷାର ରଞ୍ଜନ ଶତପଥୀ, ପ୍ରକାଶ କୁମାର ମଲ୍ଲିକ, ଗଙ୍ଗାଧର ଦାସ, ବାବୁ ରଣା, ନାଗେଶ୍ୱର ନାୟକ , ବିକାଶ କୁମାର ନାୟକ, ସଞ୍ଜୟ ପଣ୍ଡା, ବାବୁ ପତି, ବିଶ୍ୱମ୍ବର ରାଉଳ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ଚଳିତ ବର୍ଷ  ମହୋତ୍ସବ ଫେବୃଆରୀ ମାସରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।