ବାଇକ ଦୁର୍ଘଟଣା ଯୁବକ ଗୁରୁତର

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ, କୋଠିଆସାହି ଠାରେ ଦୁର୍ଘଟଣାରେ ବାପ, ଝିଅ ମୃତ୍ୟ ହେବା ଗୋଟିଏ ସପ୍ତାହ ଯାଇଛି କି ନାହିଁ ଆଜି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛିକ୍ଷ ଏଥିରେ ବଳରାମପୁର ଗ୍ରାମର ଯୁବକ ଗୁଗୁଲା ଦାସଙ୍କ ଦୁଇଟି ଗୋଡ ସମ୍ପୂର୍ଣ୍ଣରୂପ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡଛି ଯୁବକଙ୍କର ଦୁଇଗୋଡ ଉପରେ ଭାରୀଯାନ ଚଢିଯାଇଥିବାରୁ ତାଙ୍କୁ ଅତ୍ୟନ୍ତ ଗୁରୁତର ଯୁବକଙ୍କ୍ କଟକ ସ୍ଥାନାନ୍ତର ହେଇଯାଇଥିବା ଜଣାପଡିଛି  । ବଳରାମପୁର ଗ୍ରାମର ଗୁଗୁଲା ଦାସ(୨୪) ନିଜ ବାଇକ (ଓଡି-୨୧ଏସ-୧୮୫୪) ଯୋଗେ କଟକ-ପାରାଦୀପ ରାଜ୍ୟ ରାଜପଥର ପାର୍ଶ୍ୱସ୍ଥ ବଳରାମପୁର(ପଡା)ରୁ କୁଜଙ୍ଗ ବଜାର ଆଡକୁ ଯାଉଥିଲେ ସେ ରାସ୍ତାର ବାମପାର୍ଶ୍ୱରେ ଯାଉଥିବା ବେଳେ ବିପରୀତ ପଟରୁ ଏକ ଭାରିଯାନ (ଓଡି୨୧ଏଫ୨୧୭୭) କଟକରୁ ପାରାଦୀପ ଆଡକୁ ଯାଉଥିବା ଗାଡି ବାଇକ୍ ଉପରକୁ ମାଡିଯଇଥିଲା  । ଏହି ଘଟଣାରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିବା ଜଣାପଡିଛି । ଶହଶହ ସଂଖ୍ୟାରେ ଲୋକମାନେ ରାସ୍ତା ଉପରେ ଧାରଣା ଦେଇଥିବା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି  । ରାସ୍ତାରେ ପ୍ରାୟ ୩ ଘଂଟାହେବ ଗାଡି ଚଳାଚଳ ବନ୍ଦ ରହିଥିଲା  ।