ସମବାୟ ସମିତି ସଭାପତି ନିର୍ବାଚନ ବିବାଦ ସମାଧାନ


 ପଟ୍ଟାମୁଣ୍ଡାଇ: କଟକ କେନ୍ଦ୍ରସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧିନରେ ଥିବା ବଡପଡା ପ୍ରାଥମିକ କୃଷିସମବାୟ ସମିତି ସଭାପତି ନିର୍ବାଚନକୁ ନେଇ ଦୀର୍ଘଦିନ ହେବ ଲାଗିରହିଥିବା ବିବାଦର ଅନ୍ତ ଘଟିଛି । ପୁର୍ନଗଣତିରେ ପରାଜିତ ପ୍ରାର୍ଥିଙ୍କୁ ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ଘୋଷଣା କରାଯାଇଥିଲା । କେନ୍ଦ୍ରାପଡା ସର୍କଲର ଏଆରସିଏସଙ୍କ ଆଦେଶ ବଳରେ ପୁର୍ନଗଣତି କରାଯାଇ ବିଜୟୀ ପ୍ରାର୍ଥି ଅଶୋକ କୁମାର ମଲିକଙ୍କୁ ପରାଜିତ ଘୋଷଣା କରାଯାଇ ପ୍ରତିଦ୍ୱନ୍ଦି ଧନୁର୍ଜ୍ଜୟ ସ୍ୱାଇଁଙ୍କୁ ସମବାୟ ସମିତି ସଭାପତି ଭାବେ ସହକାରୀ ନିର୍ବାଚନ ଅଫିସର ସଂଜୟ ବାରିକ ଘୋଷଣା କରିଥିଲେ । ନିର୍ବାଚିତ ସଭାପତି ଅଶୋକ କୁମାର ମଲିକ ଏହା ବିରୁଦ୍ଧରେ ରାଜ୍ୟ କୋ-ଅପରେଟିଭ ଟ୍ରିବୁ୍ୟନାଲଙ୍କ କୋର୍ଟରେ ମୋକଦମା ଦାୟର କରିଥିଲେ । ଏହାର ବିଚାର କରି କୋର୍ଟପୁଃର୍ନଗଣତିରେ ବିଜୟୀ ହୋଇଥିବା ଧନୁର୍ଜ୍ଜୟ ସ୍ୱାଇଁଙ୍କ ନିର୍ବାଚନକୁ ବେଆଇନ କହିବା ସହିତ ଅଶୋକ ମଲିକ ସଭାପତି ଭାବେ ଦାଇତ୍ୱ ତୁଲାଇବେ ବୋଲି ଆଦେଶ ଦେଇଛନ୍ତି । ଏହି ମାମଲାରେରାଜ୍ୟ କୋ-ଅପରେଟିଭ ଇଲେକ୍ସନ କମିସନର , ଡେପୁଟି ରେଜିଷ୍ଟାର , କୋ-ଅପରେଟିଭସୋସାଇଟି , କଟକ ଡିଭିଜନ-୨ , କେନ୍ଦ୍ରାପଡା ଆସିଷ୍ଟାଣ୍ଡ ରେଜିଷ୍ଟାର କୋ-ଅପରେଟିଭ ସୋସାଇଟ ପ୍ରଭୃତି କୋର୍ଟରେ ହାଜିର ହୋଇନଥିଲେ । ଏଠାରେ ସୂଚନାଯୋଗ୍ୟ ୨୦୨୨ ମସିହା ଜୁଲାଇ ୮ ତାରିଖରେ ବଡପଡା ପ୍ରାଥମିକ କୃଷିସମବାୟ ସମିତିର ନିର୍ବାଚନ ହୋଇଥିଲା । ଏଥିରେ ଅଶୋକ କୁମାର ମଲିକ ଓ ଧନୁର୍ଜ୍ଜୟ ସ୍ୱାଇଁ ସଭାପତି ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ । ଅଶୋକ ୮ ଖଣ୍ଡଭୋଟ ପାଇଥିବା ବେଳେ ଧନୁର୍ଜ୍ଜୟ ୭ ଖଣ୍ଡ ଭୋଟ ପାଇଥିଲେ । ଅଶୋକ ସର୍ବାଧିକ ଭୋଟ ପାଇ ସଭାପତି ନିର୍ବାଚିତ ହୋଇଥିବା ବେଳେ ରାଜନୈତିକ ଚାପରେ କେନ୍ଦ୍ରାପଡା ଏଆରସିଏସ ପୁର୍ନଃଗଣତିପାଇଁ ଆଦେଶ ଦେଇଥିଲେ । ପୁନଃର୍ଗଣତିରେ ୨ଟି ଭୋଟକୁ ନାକଚ କରାଯାଇ ଅଶୋକଙ୍କ ୬ ଟିଭୋଟ କାୟମ ଥିବା ଦର୍ଶାଇବା ବେଳେ ଧନୁର୍ଜ୍ଜୟ ୭ ଖଣ୍ଡ ଭୋଟପାଇଥିବା ଦର୍ଶାଇ ସହକାରୀ ନିର୍ବାଚନ ଅଫିସର ଧନୁର୍ଜ୍ଜୟଙ୍କୁ ବିଜୟୀ ଘୋଷଣା କରିଥିଲେ । ତେବେ କୋର୍ଟ ଅଶୋକଙ୍କୁ ବିଜୟୀ ଘୋଷଣା କରିବା ପରେ ମଧ୍ୟ ତାଙ୍କୁ ଧନୁର୍ଜ୍ଜୟ ଗାଦି ଛାଡୁନଥିବା ଅଶୋକ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।