ହଟିଲେ ବିଭିନ୍ନ ବିଭାଗର ଉପଦେଷ୍ଟା

advisor

ହଟିଲେ ବିଭିନ୍ନ ବିଭାଗର ଉପଦେଷ୍ଟା

ଭୁବନେଶ୍ୱର : ନବୀନ ସରକାରଙ୍କ ଅମଳରେ ଅନେକ ବିଭାଗରେ ଉପଦେଷ୍ଟାମାନଙ୍କୁ ନିଯୁକ୍ତ କରାଯାଇଥିଲା  । ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ବିଜେଡ଼ି ଏଭଳି ରଣନୀତି କରିଥିଲା  । କିନ୍ତୁ ମୋହନ ସରକାର ସେହିସବୁ ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିଛନ୍ତି  । 

ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟଦକ୍ଷତା ବୃଦ୍ଧିରେ ଏହାଦ୍ୱାରା କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ  । ତେଣୁ ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି  । ନବୀନ ସରକାରଙ୍କ ଅମଳରେ ନିଯୁକ୍ତ ଏହି ଉପଦେଷ୍ଟାମାନଙ୍କୁ ମନ୍ତ୍ରୀଙ୍କ ଭଳି ସୁବିଧା ସୁଯୋଗ ଦିଆଯାଉଥିଲା  ।