ଚିତ୍ରାକାନ୍ତିଙ୍କୁ "ଶ୍ରୀକ୍ଷେତ୍ର’ ସମ୍ମାନ

 ରାଜକନିକା : ପବିତ୍ର ସୁନାବେଶ ଦିନ ପଟାମୁଣ୍ଡାଇ ପ୍ରତିଭା ସମ୍ମାନ ପକ୍ଷରୁ ପଟାମୁଣ୍ଡାଇ ଟାଉନ ହଲ ଠାରେ ପରିଷଦର ସଭାପତି କଥାକାର ଡ. ନୀଳମଣି ଲେଙ୍କାଙ୍କ ପୌରାହିତରେ ଏକ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ.ଲେଙ୍କାଙ୍କ ୨୬ ତମ ପୁସ୍ତକ "ଶ୍ରୀକ୍ଷେତ୍ରର ଶହେ କଥା’ ଲୋକାର୍ପିତ ହେବା ସହିତ ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ଚିତ୍ରାକାନ୍ତି ସେଠୀଙ୍କୁ ପ୍ରବନ୍ଧ ଓ ଉଲେଖନୀୟ ଗବେଷଣା ନିମିତ୍ତ "ଶ୍ରୀକ୍ଷେତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ, ମୁଖ୍ୟ ବକ୍ତା ଭାବେ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା,  ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦିଲୀପ ମହାପାତ୍ର ପ୍ରମୁଖ ଯୋଗଦେଇ ଅଧ୍ୟାପିକା ଡ. ସେଠୀଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।