ଆରମ୍ଭ ହେଉନି ନୂଆ ସେତୁ କାର୍ଯ୍ୟ ପୁରୁଣା ସେତୁ ଭାଙ୍ଗି ଠିକାଦାର ଛୁ
ଗରଦପୁର: ଆରମ୍ଭ ହେଉନି ନୂଆ ସେତୁ ନିର୍ମାଣ କାର୍ଯ୍ୟ । ପୁରୁଣା ସେତୁ ଭାଙ୍ଗି ଠିକାଦାର ହୋଇ ଯାଇଛନ୍ତି ଗାଏବ । ଗରଦପୁର ବ୍ଲକ୍ ସାନଅଢଙ୍ଗା ଗ୍ରାମ ପଂ·ୟତର ଶାଳିକଣ୍ଟା ସ୍ଥିତ ପାଟନାଳୀ ସେତୁ ଭାଙ୍ଗି ଠିକାଦାର ପଳାଇଯାଇଛନ୍ତି । ଫଳରେ ଆଗକୁ ବର୍ଷା ଦିନ ଆସୁଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଚିନ୍ତା ବଢିଯାଇଛି । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆବାଡେଇ ନୂତନ ସେତୁର ଶିଳାନ୍ୟାସ କରିଥିଲେ । ପ୍ରାୟ ୩ କୋଟି ୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ ହେବାକୁ ଥିଲା । ତେବେ ଶିଳାନ୍ୟାସ ପରେ ପ୍ରାୟ ୨୫ ବର୍ଷ ତଳେ ନିର୍ମିତ ସେତୁକୁ ଠିକାଦାର ଭାଙ୍ଗି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେତୁ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଇଥିବା ଦେଖାଯାଉନି । ସ୍ଥାନୀୟ ଲୋକଙ୍କ କହିବା କଥା ଶିଳାନ୍ୟାସ ପରେ ଦୁଇ ଥର ମୃତିକା ପରୀକ୍ଷା କରାଯାଇଥିଲା । ଏପରିିକି ସେତୁ ଭଙ୍ଗା ଅଧା ହୋଇଥିବାବେଳେ ଆଉ ଥରେ ମୃତ୍ତିକା ପରୀକ୍ଷା କରାଯାଇଥିଲା । ତେବେ ଏହି ସେତୁ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଥିବା ମେସିନ୍କୁ ପ୍ରାୟ ୧୫ ଦିନ ଲାଗିଥିଲା । ପୋଲ ତିଆରି ପାଇଁ ପାଟନାଳୀ ଉପରେ ମାଟି ପକାଯାଇ ଅସ୍ଥାୟୀ ରାସ୍ତା ତିଆରି କରାଯିବା ସହିତ ଶ୍ରମିକମାନଙ୍କ ରହିବା ପାଇଁ ଅସ୍ଥାୟୀ ଗୃହ ମଧ୍ୟ ତିଆରି ହୋଇଥିଲା । କିନ୍ତୁ ସେତୁ ଭଙ୍ଗା ଯିବା ପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାନଯିବା ସମସ୍ତଙ୍କୁ ବିସ୍ମିତ କରିଛି । ଖବରନେବାରେ ଜଣାଯାଇଛି ସେହିଦିନ ତିକନପୁର ଗ୍ରାମ ପଞ୍ଚାୟତର ମରିଲୋ ଠାରେ ପାଟନାଳୀ ସେତୁର ଶିଳାନ୍ୟାସ କରାଯାଇଥିଲା । ସେଠାରେ ସେତୁ ଭଙ୍ଗା ନଯାଇ ନୂତନ ସେତୁ ନିର୍ମାଣ କାର୍ଯ୍ୟ ·ଲୁରହିଥିବାବେଳେ ଶାଳିକଣ୍ଟା ଠାରେ ସେତୁ ଭାଙ୍ଗିଦେଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉନାହିଁ । ଲୋକଙ୍କ କହିବା କଥା ସେତୁ ନଭାଙ୍ଗି ସେତୁ ନିର୍ମାଣ କରାଯାଇପାରିଥାନ୍ତା । କିନ୍ତୁ ସେତୁକୁ ଭାଙ୍ଗିଦେଇ ନୂତନ ସେତୁର ନିର୍ମାଣ କାର୍ଯ୍ୟ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏହି ସେତୁଟି ପାଟନାଳୀ ଉପରେ ଶାଳିକଣ୍ଟା ଓ ନଗରୀପଡାକୁ ସଂଯୋଗ କରୁଥିବାବେଳେ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଗାଡି ମଟର ଯାତାୟାତ କରୁଛନ୍ତିି । ଏପରିକି ଏହି ସେତୁ ଦେଇ କଞ୍ଚିଲୋ, ଶାଳିକଣ୍ଟା, ଅରିଲୋ, ଧନିରାମପୁର ପ୍ରଭୃତି ଗ୍ରାମର ଲୋକମାନେ ଦୈନକ ନିଜ ·ଷ ଜମିକୁ ଯାଇ ·ଷବାଷ କରନ୍ତି । ସେହିପରି ନଗରୀପଡା ଗ୍ରାମବାସୀ ନିଜର ନିତ୍ୟ ନୈମତିକ କାର୍ଯ୍ୟ ପାଇଁ କୋରୁଆ ହାଇସ୍କୁଲ ନିକଟ ଗଦାଧର ହାଟ ଓ ବଜାରକୁ ଆସିଥାନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଯଦି ବର୍ଷା ଦିନ ପୂର୍ବରୁ ଉକ୍ତ ସେତୁ ନିର୍ମାଣ ନକରନ୍ତି, ତେବେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବା ସହିତ ରାଜରାସ୍ତା ଅବରୋଧ କରାଯିବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି ।