ପୁଣି ଏୟାର ଇଣ୍ଡିଆ ବିମାନ ବାତିଲ
ନୂଆଦିଲ୍ଲୀ : ଲଣ୍ଡନ ଯିବାକୁ ଥିବା ଏୟାର ଇଣ୍ଡିଆର ଡ୍ରିମଲାଇନର ବୋଇଂ ୭୮୭-୯ ବିମାନ ଗୁରୁବାର ଦିନ ଦିଲ୍ଲୀ ବିମାନବନ୍ଦରରେ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ବାତିଲ କରାଯାଇଛି । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିମାନ ଏଆଇ୨୦୧୭ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବେକୁ ଫେରି ଆସିଥିଲା । କକପିଟ୍ କ୍ରୁ ମାନକ କାର୍ଯ୍ୟ ପ୍ରଣାଳୀ ଅନୁସରଣ କରି ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସତର୍କତାମୂଳକ ଯାଞ୍ଚ ପାଇଁ ବିମାନକୁ ଫେରାଇ ଆଣିଥିଲେ ବୋଲି ଜଣେ ଏୟାରଲାଇନ୍ସ ମୁଖପାତ୍ର ସୂଚନା ଦେଇଛନ୍ତି । ଯାତ୍ରୀମାନଙ୍କୁ ଯଥାଶୀଘ୍ର ଲଣ୍ଡନକୁ ଉଡ଼ାଣ ପାଇଁ ଏକ ବିକଳ୍ପ ବିମାନ ନିୟୋଜିତ କରାଯାଇଥିଲା । ଏହି ଅପ୍ରତ୍ୟାଶିତ ବିଳମ୍ବ ଯୋଗୁଁ ହେଉଥିବା ଅସୁବିଧାକୁ କମ କରିବା ପାଇଁ ଆମର ଗ୍ରାଉଣ୍ଡ ଷ୍ଟାଫ୍ ଅତିଥିମାନଙ୍କୁ ସମସ୍ତ ସମର୍ଥନ ଏବଂ ଯନô ନେଇଥିଲେ । ସାମ୍ପ୍ରତିକ ସପ୍ତାହଗୁଡ଼ିକରେ, ଏୟାର ଇଣ୍ଡିଆ ବିମାନଗୁଡ଼ିକ ସହିତ ବିଭିନ୍ନ ସମସ୍ୟା ଦେଖାଦେଇଛି ଏବଂ ବିମାନ କମ୍ପାନୀ ମଧ୍ୟ ନିୟାମକ ସ୍କାନର ଅଧୀନକୁ ଆସିଛି ।