ପ୍ରାକ୍ତନ ସେବା ସମବାୟ ସମିତି ସଭାପତିଙ୍କ ପରଲୋକ

 ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଚାରିନଙ୍ଗଳ ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ତଥା ବାହାଦୁରନଗର ଗ୍ରାମର ଜନସେବୀ କଂଗ୍ରେସ ନେତା ଶୈଳେନ୍ଦ୍ର ନାରାୟଣ ସାମଲ(୭୩)ଙ୍କ ପରଲୋକ ହୋଇଯାଇଛି । କଟକ ଆରୋଗ୍ୟ ସେବା କେନ୍ଦ୍ରରେ ଚିକିସôାଧିନ ସମୟରେ ପରଲୋକ ଘଟିଥିବା ବେଳେ ମରଶରୀର ଗାଁକୁ ଆସିବା ବେଳେ ବାଳିଚନ୍ଦ୍ରପୁର ବାଇପାସ୍ ଛକରେ ସାଧାରଣ ଜନତା ଓ ବହୁବିଶିଷ୍ଟ ବ୍ୟକ୍ତି  ଶେଷ ଦର୍ଶନ କରିଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖା ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀ ଗଣ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ପଟୁଆରରେ ବାଲିଚନ୍ଦ୍ରପୁର ବଜାର ପରିକ୍ରମା କରାଯାଇଥିଲା । ପତରାଜପୂର୍ ପରମାଣିକ ସାହିଠାରେ ସଂପୃକ୍ତ ପଞ୍ଚାୟତର ନେତୃଗଣ, ଆମ୍ବସୌରି ଠାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଚରିନଙ୍ଗଳ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଓ ସାଧାରଣ ଲୋକ ଉପସ୍ଥିତ ରହି ମରଶରୀର ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ବିଦାୟ ଜଣାଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ନେତା ଅଜୟ କୁମାର ସମଲ, ବିଜେଡି ନେତା ରାଜନରାୟନ୍ ମହାପାତ୍ର, ମାନଭଞ୍ଜନ ରାଉତରାୟ, ବିଳାସ ଚନ୍ଦ୍ର ବାରିକ୍, ସାମ୍ବାଦିକ ଏକାଦଶୀ ସେଠୀ, ଭକ୍ତଚରଣ ସାହୁ, ପ୍ରଦୀପ ପୃଷ୍ଟି, କିରଣ କୁମର ଶତପଥୀ, ନଳୀପୁର ସରପଞ୍ଚ ଶେଖ୍ ଅବଦୁଲ ଗନି, ଆଇନଜୀବୀ ଶ୍ରୀବନ୍ତ କୁମର ଜେନା, ରବୀନ୍ଦ୍ର କୁମାର ରାଉତରାୟ, ଚାରୀନଙ୍ଗଲ ପ୍ରାକ୍ତନ ସରପଞ୍ଚ ଶେଖ୍ ରିୟସତ୍ ଅଲ୍ଲୀ, ଉକôଳ କେଶରୀ ସାମଲ, ଯଶୋଦିପ୍ତ ସାମଲ, ସରୋଜ କୁମାର ସାମଲ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଫକୀର ବଳ, ବସନ୍ତ ସମାଲ, ଦିଲ୍ଲୀପ କୁମାର ସାମଲ, କାର୍ତ୍ତିକ ସେଠୀ, ପତରାଜପୁର ସମିତିସଭ୍ୟ କୁଳମଣି ବାରିକ, ଚାରିନଙ୍ଗଲା ସେଭାସମବୟ ସମିତି ସଭାପତି ପ୍ରତାପ ନାୟକ, ପ୍ରାକ୍ତନ ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ, ଶିବପ୍ରସାଦ ସାମଲ, ଆଲୋକ୍ ପ୍ରଧାନ, ବିରେନ୍ଦ୍ର କୁମର ନାୟକ, ଭରତ ରାଉତ, ଅଶୋକ କୁମାର ରାଉତ, ଅଶୋକ ବେହେରା, ଶେଖ୍ ମସଜିଦ, ସମାଜସେବୀ ଅମରେନ୍ଦ୍ର ସିଂ, ପ୍ରାକ୍ତନ ରାଜ୍ୟ ଯୁବକଂଗ୍ରେସ ସଂପାଦକ ସୁଦିପ ସାମଲ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ବେହେରା, ନିରଞ୍ଜନ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଶୈଳେନ୍ଦ୍ର ନାରାୟଣ ଦେଓ ଓ ବହୁ ବିଶିଷ୍ଟ ବ୍ୟକ୍ତି ଗଭିର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଶ୍ମଶାନ