ଡବ୍ଲୁଜେଆଇ ଜିଲ୍ଲା କାର୍ଯ୍ୟକାରିଣୀ ସମାରୋହ
ବ୍ୟାସନଗର: ଭାରତୀୟ ମଜଦୁର ସଂଘ ସହବନ୍ଧିତ ୱାର୍କିଂ ଜର୍ନାଲିଷ୍ଟ ଅଫ ଇଣ୍ଡିଆର ଜିଲ୍ଲା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ ସମବାୟ ମନ୍ତ୍ରୀ ଡଃ ପ୍ରଦୀପ ବଳ ସାମନ୍ତ ଉଦଘାଟନ କରିଥିଲେ । ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ସମସ୍ୟା ଉପରେ ଆଲୋଚନା କରି କିପରି ସମାଧାନ ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ମୀନକେତନ ଅମାତ ଓ ବିଶିଷ୍ଟ ଶ୍ରମିକ ନେତା ଏଆଇଏନଟିୟୁସି ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି, ସଂଗଠନର ରାଜ୍ୟ ଉପସଭାପତି ଦୁଷ୍ମନ୍ତ ବେହେରା, ସଙ୍ଗଠନ ସମ୍ପାଦକ ଦୋଳ ଗୋବିନ୍ଦ ମହାନ୍ତ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲା କାର୍ଯ୍ୟକାରିଣୀ କମିଟି ଗଠନ ହୋଇଥିଲା । ସଭାପତି ଭାବେ ପ୍ରସନ୍ନ ସାମଲ, ଉପସଭାପତି ରଞ୍ଜିତ କୁମାର ଡୋରା, ସମ୍ପାଦକ ଜିଂଜ୍ଞାଶୁ ସାହୁ, ସହସମ୍ପାଦକ ଶ୍ରୀକାନ୍ତ ମହାପାତ୍ର, କୋଷାଧକ୍ଷ ପଦ୍ମନାଭ ମଲ୍ଲିକ, ସଂଯୋଜକ ସନ୍ତୋଷ କୁମାର ପତି, ସହ ସଂଯୋଜକ ଶ୍ୟାମଳେନ୍ଦୁ ପାତ୍ର, ଜିଲା ପ୍ରଭାରୀ ଅଭୟ ପରିଡା, ଉପଦେଷ୍ଟା ନିତ୍ୟାନନ୍ଦ ମହାଳିକ ପ୍ରମୁଖଙ୍କ ନାମ ଘୋଷଣା ହୋଇଥିଲା । ସମାରୋହରେ ବିନୋଦ ଶର୍ମା, ପ୍ରସନ୍ନ ସାମଲ, ପ୍ରସନ୍ନ କୁମାର ରାୟ, ସାମ୍ବାଦିକ ଶରତ ପଥାଳ, ରଙ୍ଗବଲ୍ଲଭ ସାହୁ, ରମାକାନ୍ତ ଜେନା, ପ୍ରଦୀପ୍ତ କୁମାର ପୃଷ୍ଟି, ପବିତ୍ର ମୋହନ ରାଉତରାୟ, ମଳୟ କୁମାର ମଲ୍ଲିକ, ଅଜୟ କୁମାର ରାଉଳ, ଶଙ୍କର ପ୍ରତାପ ଦାସ, ରବିନାରାୟଣ କର, ରଞ୍ଜିତ ରାଉତ, କାଶୀନାଥ ବାରିକ, ସୁବ୍ରତ ମଲ୍ଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।