ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର: ସ୍ୱାସ୍ଥ୍ୟ ମନ୍ତ୍ରୀ

ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ଏଥିପାଇଁ ଯୁବବର୍ଗ ଯୋଗ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ । ଏହାକୁ ଆଖି ଆଗରେ ରଖି ଖୁବ୍‌ ଶୀଘ୍ର ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ପ୍ରତି ସେଣ୍ଟରରେ ଯୋଗ ପ୍ରଶିକ୍ଷକ ରହିବେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ । ଏଠାରେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।