ବେସରକାରୀ ଅଧ୍ୟାପକ ସଂଘର କାର୍ଯ୍ୟବନ୍ଦ ଚେତାବନୀ

 ଆନନ୍ଦପୁର: ବିଭିନ୍ନ କଲେଜରେ ପରିଚାଳନା କମିିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନୀତିଗତ ଭାବେ ସରକାରୀ ଅନୁଦାନା ପ୍ରଦାନ ନହେଲେ ଆଗାମୀ ୧୬ ତାରିଖଠାରୁ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ଓହ୍ଲାଇବ ରାଜ୍ୟ ଅଧ୍ୟାପକ ଓ କର୍ମଚାରୀ ସଂଘ, ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ  ପକ୍ଷରୁ ଆନନ୍ଦପୁର ଉପଖଣ୍ଡ ସାଇଁକୂଳ ପତିତପାବନ କଲେଜରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛି ସଂଘ । ସମାନ କାମ କରି ଏହି କର୍ମଚାରୀ ମାନେ ସ୍ୱଳ୍ପ ବେତନ ପାଉଥିବାବେଳେ ସରକାରଙ୍କ ଅଧିନରେ ନିଯୁକ୍ତିପାଇଥିବା କର୍ମଚାରୀ ଓ ଅଧ୍ୟାପକ ମୋଟା ଅଙ୍କରେ ବେତନ ପାଉଛନ୍ତି । ଏଭଳି ତାରତମ୍ୟ କାହିଁକି ବୋଲି ପ୍ରଶ୍ନ କରିଛି ସଂଘ । ଅନ୍ୟପଟେ ବାରମ୍ବାର ଏ ଦିଗରେ  ଦାବି ହୋଇଆସୁଥିଲେ ମଧ୍ୟ ଏମାନଙ୍କ ଦୁଃଖକୁ ପୁର୍ବ ସରକାର ନା ଏବେର ସରକାର ଶୁଣୁଛନ୍ତି । ୨୦୦୮ ମସିହା ଜୁନ୍ ମାସରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ପରିଷଭୁକ୍ତ କରିବାକୁ ଦାବି ହୋଇଛି । ମଦନ ମୋହନ ସ୍ୱାଇଁ, ସ୍ୱୟଂସିଦ୍ଧା ସ୍ୱାଇଁ, ବର୍ଷାରାଣୀ ପଲେଇ, ତନୟା ପଟ୍ଟନାୟକ, ଜଗବନ୍ଧୁ ଜେନା, ସୌମ୍ୟା ସୁଚରିତା ସାହୁ, ଦେବସ୍ମିତା ଜେନାପାଟ୍ଟସାଣୀ, ପ୍ରବୀଣ କବି, ଦେବସ୍ମିତା ମହାନ୍ତ, ପୁଷ୍ପଲତା ପାଢ଼ୀ, ପ୍ରଦୀପ ସାହୁ, ଅମିତ ମିଶ୍ର, ବିଦ୍ୟାଧର ଦାଶ, ଆଲୋକ ଦାଶ, ଶ୍ରଦ୍ଧାଞ୍ଜଳୀ ଜେନା, ନମିତା ବଳ, ଜୟଦେବ ଦାଶ, ସୁକାନ୍ତ ଖଟୁଆ, ସଞ୍ଜୟ ରାଉତ, ତାପସ ପତି, ବିଦ୍ୟାଧର ଘଡାଇ, ମାନସୀ ବେହେରା, କୁନୁ ଦେହୁରୀ, ନିରାକାର ଚକ୍ର ପ୍ରମୁଖ ଉପସ୍ଥିତଥିଲେ ।