ଖୋର୍ଦ୍ଧା ଏସ୍ପି ଓ ଥାନା ଅଧିକାରୀଙ୍କୁ ପ୍ରଶଂସା ପତ୍ର 

 ବାଣପୁର : ଏକ ହତ୍ୟା ମାମଲାର ପର୍ଦା ଫାଶ କରିବା ସହ ସଠିକ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଥିବାରୁ ଖୋର୍ଦ୍ଧା ଏସ୍ପି ସାଗରୀକା ନାଥ ଓ ବାଣପୁର ଆଇଆଇସି ରମେଶ ଦେବତାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାବି ଖୁରାନିୟା । ୨୦୧୯ମସିହାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳରେ ଏକ ହତ୍ୟା କାଣ୍ଡ ଘଟିଥିଲା । ଜଣେ ତେଜରାତି ଦୋକାନୀ ତ୍ରିନାଥ ହୋତାଙ୍କୁ ଅଭଯୁକ୍ତ ମୁକୁ ସାନ୍ତା ଟାଙ୍ଗିଆରେ ହାଣି ମାରିଦେଇଥିବା ଅଭିଯୋଗ କରିଥିଲେ ମୃତକଙ୍କ ପୁତ୍ର ଦମ୍ବରୁ ହୋତା । ଏନେଇ ଏକ ହତ୍ୟା ମାମଲା ୪୪/୧୯ରେ ବୈପାରୀଗୁଡା ଥାନାରେ ରୁଜୁ ହୋଇଥିଲା । ତତ୍କାଳୀନ ବୈପାରୀଗୁଡା ଥାନା ଅଧିକାରୀ ତଥା ବର୍ତ୍ତମାନର ବାଣପୁର ଥାନା ଆଇଆଇସି ରମେଶ ଦେବତା ତଦନ୍ତ କାରୀ ଅଧିକାରୀ ଥିବାବେଳେ, ତକ୍ରାଳୀନ ଜୟପୁର ଏସ୍ଡିପିଓ ଏସ୍ପି ସାଗରିକା ନାଥ ମାମଲା ପରିଚାଳନା କରୁଥଲେ । ତେବେ ଉଭୟ ଅଧିକାରୀଙ୍କ ତଦନ୍ତ ଓ ପରିଚାଳନା ସହ ସାକ୍ଷ୍ୟ ପ୍ରମାଣ ବଳରେ ନିକଟରେ ମାମଲାର ଅଭିଯୁକ୍ତ ମୁକୁ ସାନ୍ତାକୁ ଜୟପୁର ଅତିରିକ୍ତ ଦୌରା ଜର୍ଜ ବିଦ୍ୟାଧର ପୃଷ୍ଟି ଆଜୀବନ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦୟେ ଅଧିକ ଦୁଇ ବର୍ଷ କାରାଦଣ୍ଡ କରିଛନ୍ତି । ଓଡିଶା ପୋଲିସର ମନୋବଳ ବଢିବା ପୋଲିସ ଅଧିକାରୀ ଆଗକୁ ଦକ୍ଷତାର ସହ ମାମଲା ତଦନ୍ତ କରିବେ ବୋଲି ଡିଜିପି ଆଶା କରିବା ସହ ଖୋର୍ଦ୍ଧା ଏସପି ଓ ବାଣପୁର ଆଇଆଇସିଙ୍କୁ ପ୍ରଂଶସା କରିବା ସହ ଅଭିନନ୍ଦନ ଜଣାଇଛନ୍ତ । ଉଭୟ ଅଧିକାରୀ ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଜାଗ ହୋଇ କାର୍ଯ୍ୟ କରିଥିବାରୁ ଓଡିÿଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପାତ୍ରରେ ଉଲ୍ଲଖ ଅଛି ।