ଧର୍ମଶାଳା ସାହିତ୍ୟ ସମାଜର ବାର୍ଷିକୋତ୍ସବ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଧର୍ମଶାଳା ସାହିତ୍ୟ ସମାଜର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ସଭାପତି କାହ୍ନୁଚରଣ ଦାସଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉସôବକୁ ଉଦଘାଟନ କରିଥିଲେ । ସାରସ୍ୱତ ସମାରୋହରେ ଅତିଥି ଭାବେ ଡ.କୁମରବର ଦାଶ ଓ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ ସାହିତ୍ୟ ଏକ ଉନ୍ନତ ଓ ବୌଦ୍ଧିକ ସମାଜ ଗଠନରେ ସହଯୋଗ କରେ ଓ ସାଧାରଣ ସମ୍ପାଦକ ଡ.ପ୍ରଶାନ୍ତ କୁମାର ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ପରିଚୟ, ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ବିଶିଷ୍ଟା ଶିଶୁ ସାହିତି୍ୟକ ରତ୍ନାକର ନାୟକଙ୍କୁ ବୀର କିଶୋର ପାଢୀ ସମ୍ମାନ, କୁଷାଶନ ନାୟକଙ୍କୁ ଆଦର୍ଶ କୃଷକ ବାବାଜି ଚରଣ ସ୍ମୃତି ସମ୍ମାନ, କବି ନିରଞ୍ଜନ ଜେନାଙ୍କୁ କବି ରବି ଶତପଥୀ କବିତା ସମ୍ମାନ ପ୍ରଦାନ କରାଯାଇଥିଲା । ସାହିତ୍ୟ ସମାଜର ମୁଖପତ୍ର ଗଙ୍ଗଶିଉଳିକୁ ଅତିଥି ଉନ୍ମୋଚନ କରିଥିଲେ । ଦ୍ୱିତୀୟ ଅଧିବେଶନରେ କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକଙ୍କ ପୌରହିତ୍ୟରେ ଆୟୋଜିତ କବିତା ପାଠ ଉତ୍ସବରେ ସର୍ବଶ୍ରୀ ବିଜୟ କୁମାର ଦେବତା, ଶଶିଭୂଷଣ ଦ୍ୱାରୀ, ବାବୁଲାଲ ପଲେଇ, ପ୍ରଭାତ ମଲ୍ଲିକ, କାଳନ୍ଦି ଚରଣ କଣ୍ଠ, ପ୍ରଦୀପ ସେଠୀ, ରାମଚନ୍ଦ୍ର ଦାସ ଗୋଲଖ ଚନ୍ଦ୍ର ପଲେଇ, ସରୋଜିନୀ ପଣ୍ଡା, ସାଇପ୍ରଜ୍ଞା ନାୟକ, ତପନ ଦାସ, ମହେଶ୍ୱର ଜେନା ସାମନ୍ତ, ଅଖିଳ ମୋହନ ଦାଶ, ନଟବର ବେହେରା, ଗଗନ ବିହାରୀ ଦାସ, କାଦମ୍ବିନୀ ମିଶ୍ର, ରନôାକର ନାୟକ, ଜଗନ୍ନାଥ ଦାସ, ଯୁଗଳ ଦାସ ଓ ସନାତନ ଦାସଙ୍କ ସମେତ ସତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଗୋଲକ ପଳେଇଙ୍କ ରଚିତ ‘ସେବା ସରଣୀ', ନୀଳିମା ମହାନ୍ତିଙ୍କ ରଚିତ ‘ହେବି ମୁଁ ଭଲ ପିଲା’, "ପଣ୍ଡିତ କାହ୍ନୁ ଚରଣ ଦାଶଙ୍କ ରଚିତ', ‘ମଉଳା ଫୁଲର ମହକ' ପୁସ୍ତକ ଉନ୍ମୋଚନ କରିଥିଲେ ।