ଲକ୍ଷ୍ମୀବରାହଜୀଉଙ୍କ ଦର୍ଶନ କଲେ ଅଂଶୁମାନ

ଆଳି: କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଳିରେ ପହଞ୍ଚି ଆଳିର ଆରାଧ୍ୟ ଦେବତା ଶ୍ରୀ ଲକ୍ଷ୍ମୀ ବରାହଜୀଉଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ ଉଭୟ ପତ୍ରପୁର ପୋଲ ନିକଟରେ ପହଞ୍ଚିବା ପରେ ସେଠାରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ସେ କଟକ ·ନ୍ଦବାଲି ରାସ୍ତାର ସିଙ୍ଗିରି, ମାଳପାଟଣା, ଚଣ୍ଡି ବଜାର, ଶାସନ, ଡାକ ବଙ୍ଗଳା ଛକ ଦେଇ ଆଳି ବଜାର ଅତିକ୍ରମ କରିବା ପରେ ଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ପହଞ୍ଚି ଥିଲେ । ଠାକୁରଙ୍କ ଦର୍ଶନ ପରେ ନିକଟସ୍ଥ କ୍ରୀଷ୍ଣା ମଣ୍ଡପରେ ପହଞ୍ଚି ସେଠାରେ ଉପସ୍ଥିତି ଥିବା ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ୬୩ ଟି ପଞ୍ଚାୟତର ନେତ୍ରୁ ମଣ୍ଡଳୀଙ୍କ ସହ ମତ ବିନିମୟ କରିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ, ଆଳି କନିକା ହେଉଛି ସ୍ୱର୍ଗତ ରାଜା ସାହେବ ଶରତ ଦେବଙ୍କ ମାଟି । ସେ ମୋ ପିତା ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ସହ ବହୁତ ଘନିଷ୍ଠ ଥିଲେ । ସେହି ମାଟିର ସୁପୁତ୍ର ପ୍ରତାପ ଦେବଙ୍କ ସହ ମିଶି ଆଳି କନିକାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କେନ୍ଦ୍ରାପଡାର ଲୋକସଭା ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଆଳି ବ୍ଲକ ବିଜେଡି ସଭାପତି ସନାତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇ କହିଥିଲେ ଯେ, ବିଜୁ ଜନତା ଦଳର କଥା କମ କାମ ବେଶି । ସେହି ଧାରାକୁ ବଜାୟ ରଖି ଓଡ଼ିଶାର ବିକାଶ ପାଇଁ ଏହି ଦଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅବିରତ ଉଦ୍ୟମ ଜାରି ରଖିଛି । ଆଜି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆସି ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଦର୍ଶନ କରିବା ପରେ ଆଳି ଓ କନିକର ୬୩ ଟି ପଞ୍ଚାୟତ ର ସଂଗଠକ ମାନଙ୍କ ସହ ପରିଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜକନିକା ବ୍ଲକ ବିଜେଡି ସଭାପତି ବିଦ୍ୟାଧର ବେହେରା, ସଂଗଠକ ଭୀଷ୍ମ ମହାନ୍ତି, ବ୍ଲକ ଅଧକ୍ଷ ମନୋରଞ୍ଜନ ସାମଲ ଯୋଗ ଦେଇଥିଲେ ।