ଜାଲ ନିଯୁକ୍ତି ପତ୍ର ଦେଇ ଯୁବକଙ୍କ ଠାରୁ ଲକ୍ଷାଧିକ ଠକେଇ

 ଖୋର୍ଦ୍ଧା : ସରକାରୀ ଚାକିରୀଟିଏ ପାଇବା ଯୁବଗୋଷ୍ଠୀ ମଧ୍ୟରେ ଉକôଣ୍ଠା ଓ ଆଗ୍ରହ ଦେଖିବାକୁ ମିଳୁଛି । ଆଉ ଏହି ସମୟରେ ଦଲାଲମାନେ ମଧ୍ୟ ଏଭଳି ଉଚ୍ଚ ଶିକ୍ଷତ ଯୁବକ, ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି । ଏହିଦଲାଲଙ୍କ ଜାଲରେ ପଡିକିଏ ସର୍ବସ୍ୱ ହରାଉଛି ତ ଆଉ କିଏଜମିବାଡ଼ି ବିକି ସର୍ବସାନ୍ତ ହେଉଛନ୍ତି  । ସେହିଭଳି ସରକାରୀ ଚାକିରୀ ଲୋଭରେ ପଡି ବେଗୁନିଆ ଥାନା ଅଞ୍ଚଳର ବିଭୂତି ଭୂଷଣ ବରାଳ ନାମକ ଯୁବକ ଲକ୍ଷାଧିକ ଟଙ୍କା ଠକାମିର ସିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଭୁତିଙ୍କ ଅଭିଯୋଗ ମୁତାବକ ଗତବର୍ଷ ଜୁଲାଇ ମାସରେ ଛାମୁଣ୍ଡିଆପଲ୍ଲୀ ଗ୍ରାମର ସୁବ୍ରତ ଶ୍ରୀଚନ୍ଦନ ବେଗୁନିଆ ବଜାରସ୍ଥିତ ତାଙ୍କ ଦୋକାନକୁ ଆସି ସଂପର୍କ ବଢାଇଥିଲା । ସୁବ୍ରତ ଭୁବନେଶ୍ୱରସ୍ଥିତ ଓଡିଶା ବନ ନିଗମରେ ଚାକିରି କରିଛି ଏବଂ ବିଭିନ୍ନ ପ୍ରକାର ବାର୍ତାଳାପ କରି  ବିଶ୍ୱାସ ଜନ୍ମାଇ ଶେଷରେ ବନନିଗମ କାର୍ଯ୍ୟାଳୟରେ କିରାଣି ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିଲା । ଏଥିପାଇଁ ୫ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହିବା ସହ ପ୍ରଥମେ ଦେଢ଼ ଲକ୍ଷ ଦେବାକୁ ପଡିବ ବୋଲି କହିଥିଲା । ସୁବ୍ରତ କଥାରେ ବିଶ୍ୱାସ କରି ବିଭୂତି ପ୍ରଥମେ ଫୋନ ପେ ମାଧ୍ୟମରେ ୪୭ ହଜାର ଟଙ୍କା ପଠାଇଥିଲା । ପରେ ସୁବ୍ରତ ୨୦୨୪ ଅଗଷ୍ଟ ୧୬ତାରିଖରେ ଓଡିଶା ବନ ଉନ୍ନୟନ ନିଗମରେ ଅପର ଡିଭିଜନ କିରାଣି ପଦବୀ ପାଇଁ ଏକ ନିଯୁକ୍ତି ପତ୍ର ପ୍ରଦାନ କରି ପୂର୍ବ କଥା ମୁତାବକ ବିଭୂତି ଠାରୁ ଆଉ ନଗଦ ୧ଲକ୍ଷଟଙ୍କା ନେଇଥିଲା । ୨୯ ନଭେମ୍ବର ୨୦୨୪ରେ ଏକ ମେଲ ମାଧ୍ୟମରେ ୯ ଡିସେମ୍ବରରେ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ଜଣାଇ ଦିଆଯାଇ ଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଯୁକ୍ତିକୁ କେନ୍ଦ୍ରୀୟ ଅଧିକାରୀଙ୍କ ଦ୍ୱାରା ରଦ କରାଯାଇଛି । ଏବଂ ୨୩ ଡିସେମ୍ବର ରେ ଆସି ତୁମକୁ ବିଭାଗ ପକ୍ଷରୁ ମିଳିଥିବା ସମସ୍ତ କାଗଜ ପତ୍ର ଫେରସ୍ତ କରି ୩୩ହଜାର ଟଙ୍କା ନେବା ପାଇଁ ୮ ଡିସେମ୍ବର ୨୦୨୪ରେ ସୂଚନା ଦିଆଯାଇ ଥିଲା ବୋଲି ବିଭୂତି ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ ବିଭୂତି ସୁବ୍ରତ ସହ ଫୋନ ଯୋଗେ ୧ଲକ୍ଷ ୪୭ ହଜାର ଟଙ୍କା ଦେଇଛି ୩୩ହଜାର ଟଙ୍କା କଣ ପାଇଁ ନେବି ବୋଲି ପ୍ରଶ୍ନ କରିଥିଲା । ପରେ ଫୋନ ସୁବ୍ରତ କାଟି ଦେଇଥିଲା । ପରବର୍ତ୍ତି ସମୟରେ ଆଉ ସୁବ୍ରତ ଫୋନ ଉଠାଇ ନଥିଲା । ଶେଷରେ ଠକାମିର ସିକାର ହୋଇ ଟଙ୍କା କିଭଳି ଫେରସ୍ତ ମିଳିବ ସେନେଇ ବେଗୁନିଆ ଥାନାରେ ଆଜି ଲିଖିତ ଅଭିଯୋଗ କରିଛି । ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ବଡ଼ ଧରଣ ରାକେଟର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ନିବେଦନ କରିଛନ୍ତି ।