ବିନା ପରୀକ୍ଷାରେ ଆର୍ମିରେ ନିଯୁକ୍ତି

ବିନା ପରୀକ୍ଷାରେ ଆର୍ମିରେ ନିଯୁକ୍ତି

ଇଣ୍ଡିଆନ୍‌ ଆର୍ମିରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍‌ ଆର୍ମିରେ ଭର୍ତ୍ତି ହେବା ପାଇଁ ଆପଣଙ୍କୁ କୌଣସି ପରୀକ୍ଷାର ସାମ୍ନା କରିବାକୁ ପଡିବ ନାହିଁ । ଇଣ୍ଟରଭ୍ୟୁ ଦେବା ପରେ ପରେ ସିଲେକ୍ସନ ହେବେ । ଦରମା ୫୦ ହଜାର ଉପରେ ଥିବା ସୂଚନା । ତେବେ ଭାରତୀୟ ସେନାରେ ଭର୍ତ୍ତି ହେବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀଙ୍କ ଟେକ୍ନିକାଲ  ଗ୍ରାଜୁଏଟ  କୋର୍ସ  କରିଥିବା ଦରକାର । ପ୍ରାର୍ଥୀମାନେ ୨୯ ମେ’ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେନାରେ ଭର୍ତ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । ସିଧା ଇଣ୍ଟରଭ୍ୟୁ ମାଧ୍ୟମରେ ସିଲେକ୍ସନ ହେବ ବୋଲି ଜଣାପଡ଼ିଛି । ଜାନୁଆରୀ ୨୦୨୬ ପାଇଁ ଆବେଦନ  କରାଯାଉଛି ।   ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ୩୦ ଏପ୍ରିଲ ୨୦୨୫ ରୁ ଅନ୍‌ଲାଇନରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ  ୨୯ ମେ’ ୨୦୨୫  ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିଛି । joinindianarmy.nic.in କୁ ଯାଇ ଅନଲାଇନ୍‌ ଆବେଦନ କରିପାରିବେ। ଯେଉଁ ଯୁବକ ଅବିବାହିତ ସେମାନେ  ଇଣ୍ଡିଆନ ଆର୍ମିରେ  ଆବେଦନ  କରିପାରିବେ ଏବଂ ପ୍ରାର୍ଥୀଙ୍କ ପାଖରେ B.E./B.Tech ର ଡିଗ୍ରି ଥିବା ଦରକାର ।

ଅଥବା ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ର ହୋଇଥିବା ଆବଶ୍ୟକ ଏବଂ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୭ ବର୍ଷ ମଧ୍ୟରେ ରହିଥିବ । ଏହି ଚୟନ ପ୍ରକ୍ରିୟାରେ ସିଧା SSB ଇଣ୍ଟରଭ୍ୟୁ ହେବ, କିଛି ଲିଖିତ ପରୀକ୍ଷା ହେବ ନାହିଁ । ଯେଉଁମାନେ ଏଥିରେ ସଫଳ ହେବେ ସେମାନଙ୍କୁ  ଭାରତୀୟ ସୈନ୍ୟ ଏକାଡେମି, ଡେରାଡୁନ୍‌ରେ  ତାଲିମ ଦିଆଯିବ । ଏହାପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ତେବେ ଏହି ସୁବର୍ଣ୍ଣ ସୁଯୋଗ କେବଳ ଇଞ୍ଜିନିୟରିଂ ଗ୍ରାଜୁଏଟ ମାନଙ୍କ ପାଇଁ ଯେଉଁମାନେ ଭାରତୀୟ ସେନାର ଅଂଶ ହୋଇ ଗର୍ବର ସହିତ ଦେଶ ସେବା କରିବାକୁ ଚାହାନ୍ତି ।