ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ସ୍ଥଗିତ

 ନିଶ୍ଚିନ୍ତକୋଇଲି :  ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ରୋଜୀ ସେଠୀଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସ୍ୱତନ୍ତ୍ର ବୈଠକ ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ ପୂର୍ବ ନିର୍ଦ୍ଧାରିତ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଗତ ୧୩ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୦୫୦ରେ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପଂଚାୟତ ସମିତିର ୫ ଜଣ ସଭ୍ୟ ଅନୁପସ୍ଥିତ ସାଙ୍ଗକୁ ନିର୍ବାଚନ ଦାୟିତ୍ୱରେ ନିର୍ବାଚନ ଅଧିକାରୀ ଦେବାଶିଷ ମହାପାତ୍ର ଓ ଅତିିରିକ୍ତ ଉପଜିଲ୍ଲାପାଳ କଟକ ସଦର ସ୍ୱାସ୍ଥ୍ୟବସ୍ଥା ଖରାପ ଦର୍ଶାଇ ଛୁଟି ବାତିଲ କରିଥିବାରୁ ଏହା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ୍ ରହିଲା । ତେବେ ବିଗତ ଦିନରେ ଏହି ପଂଚାୟତ ସମିତିରେ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କର ଉପାଧ୍ୟକ୍ଷ ପଦରୁ ସ୍ୱଇଚ୍ଛାରେ ଶାରିରୀକ ଅସୁସ୍ଥତା ଦର୍ଶାଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ନିଶ୍ଚିନ୍ତକୋଇଲି ବ୍ଲକର ଉପାଧ୍ୟକ୍ଷ ପାଇଁ ବିଜେପି, ବିଜେଡି ଓ ସ୍ୱାଧୀନ ମଧ୍ୟରେ ବଳ କଷାକଷି ହୋଇ  ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କର ସମର୍ଥôତ ବ୍ୟକ୍ତି ନୃସିଂହ ଚରଣ ମିଶ୍ର ଉପାଧ୍ୟକ୍ଷ ପଦ ହାତେଇଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ଉଦ୍ଦିପନା ଦେଖାଦେଇଥିଲା । ଏହାର କିଛି ଦିନ ନ ଯାଉଣୁ ଅଧ୍ୟକ୍ଷ ପଦ ପାଇଁ ଯୋରଦାର ରଣ କୌଶଳ ବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପାଇଁ ଓ ନିଜର ପତିଆର ବଢାଇବା ପାଇଁ  ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସଜବାଜ ହୋଇଥିଲା । ମଙ୍ଗଳବାର ସରକାରୀ ନିଦେ୍ର୍ଦଶାନାମା ଅନୁଯାୟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଦେ୍ର୍ଦଶରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ନିଦେ୍ର୍ଦଶ ଥିବାବେଳେ ଏହା ନ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ଦେଖାଦେଇଛି ।